ବାତ୍ୟା ‘ୟାସ’ ନେଇ ପ୍ରତିକ୍ରିୟା ରଖିଲେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ । କହିଲେ, ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ।

777

କନକ ବ୍ୟୁରୋ: ସମୁଦ୍ରରେ ବଳ ଯୋଗାଡ କରି ଏବେ ଓଡିଶା ମୁହାଁ ହୋଇ ମାଡିଆସୁଛି ବାତ୍ୟା ୟାସ୍ । ଆସନ୍ତା ୨୬ ତାରିଖରେ ଏହା ଓଡିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିବା ନେଇ କୁହାଯାଉଛି । ତେବେ ଏହାରି ଭିତରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ ୟାସକୁ ନେଇ ନିଜର ଆକଳନ ପ୍ରକାଶ କରିଛନ୍ତି ।

ତାଙ୍କ କହିବା ମୁତାବକ, ବାତ୍ୟା ୟାସର ଆକଳନ ସ୍ଥିର କରିବା ବେଶ କଷ୍ଟକର । ଏହାର ମଡେଲ ଘଣ୍ଟାକୁ ଘଣ୍ଟା ପରିବର୍ତ୍ତିତ ହେଉଥିବାବେଳେ ତାକୁ ନେଇ କୌଣସି ପୂର୍ବାନୁମାନ କରିବା କଷ୍ଟକର । ତେବେ ଏହା ରାଜନଗର ଓ ବାଲିଆପାଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିପାରେ ବୋଲି ସେ କହିଛନ୍ତି । ସେହିପରି ଏହି ସମୟରେ ପବନର ବେଗ କମ ରହିପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୨୦ କିମି ରହିପାରେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏସଆରସିଙ୍କ ସୂଚନା ମୁତାବକ, ବାତ୍ୟା ୟାସ ବାଲେଶ୍ୱର କିମ୍ବା ଭଦ୍ରକ ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିପାରେ । ହେଲେ ଏଥିପାଇଁ ଏବେ ଓଡିଶା ପ୍ରସ୍ତୁତ ହୋଇସାରିଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହିତ କୋଭିଡକୁ ଆଖି ଆଗରେ ରଖି ଅନେକ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ତଦାରଖ କରାଯାଉଛି ।