ବାତ୍ୟା ପାଇଁ ଆରମ୍ଭ ହେଲା ସ୍ଥାନାନ୍ତର ପ୍ରକ୍ରିୟା । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନର ନିବେଦନ

174

କନକ ବ୍ୟୁରୋ: ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ ୟାଶ । ଏହାକୁ ଦୃଷ୍ଟିରେ ରଖି ଉପରୂଳବର୍ତୀ ଜିଲ୍ଲାଗୁଡିକରେ ପ୍ରସ୍ତୁତି ଜୋରଦୋର ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଜିଲ୍ଲା ଉପରେ ନଜର ରଖିବା ପାଇଁ ୫ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଭିଭି ଯାଦବ, ବାଲେଶ୍ୱର ବିଶାଲ ଦେବ ଏବଂ ମୟୁରଭଞ୍ଜ ପାଇଁ ସୁରେଶ ବଶିଷ୍ଠଙ୍କୁ ଦାୟିତ୍ୱ ଦିଆଯାଇଛି । ଏମାନେ ଜିଲ୍ଲାର ବିଭିନ୍ନ ବିଭାଗ ସହ ସମନ୍ୱୟ ରଖା କରି ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ବାତ୍ୟା ପରେ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ ।

ବାତ୍ୟାର ପ୍ରଭାବ ଅନୁଭୁତ ହେବା ଆଗରୁ ପ୍ରଭାବିତ ହେବାକୁ ଥିବା ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ସୋରର ଉପକୂଳବର୍ତି ଗାଁରେ କଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛିା

କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ପାଟକୁରା ଅଂଚଳରେ ଆକାଶ ମେଘାଚ୍ଛନ ରହିବା ସହ ବର୍ଷା ଆରମ୍ଭ ହୋଇଯାଇଛି । ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସମୁଦ୍ର କୂଳିଆ ଲୋକଙ୍କ ମଧ୍ୟରେ ଭୟ ବଢିଯାଇଛି ବାତ୍ୟା ୟସ୍ର ମୁକାବିଲା ପାଇଁ ପ୍ରଶାସନ ଅଂଟା ଭିଡିଛି । ପାରାଦୀପରେ ଲୋକଙ୍କୁ ଉଦ୍ଧାର ଓ ସଚେତନ କରିବାକୁ ଏନଡିଆରଫ ଟିମ ପଂହଚିଛିା

କେନ୍ଦ୍ରପଡାରେ ବି ମାଇକ ଯୋଗେ ସମୁଦ୍ରକୁଳର ଲୋକଙ୍କୁ ସଚେତନ କରାଯାଉଛି । ସୁରକ୍ଷିତ ସ୍ଥାନକୁ ଯିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଉଚସ୍ତରୀୟ ବୈଠକରେ ବି ସ୍ଥିତିର ସମୀକ୍ଷା ହୋଇଛି ।

ପାଟକୁରାରେ ବି ଆକାଶ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ଉପକୂଳ ମୁହାଁ ହୋଇଥିବାବେଳେ ପ୍ରସ୍ତୁତିକୁ ଜୋରଦାର କରରିଛନ୍ତି ପାରାଦୀପ ବନ୍ଦର କର୍ତୃପକ୍ଷ । ବିଶେଷ କରି ବନ୍ଦରର ବର୍ଥରେ ଲାଗିଥିବା ବିଶାଳ ଯାହାଜଗୁଡିକର କିଭଳି ସୁରକ୍ଷା ଦିଆଯିବ ସେନେଇ ପଦକ୍ଷେପ ନେଉଛନ୍ତି ବନ୍ଦର କର୍ତୃପକ୍ଷ । ଉଭୟ ଜାହାଜ ଓ ବନ୍ଦରର ସୁରକ୍ଷା ଦୃଷ୍ଟିରୁ ବର୍ଥ ଓ ଆଙ୍କରେଜରେ ଲାଗିଥିବା ବିଶାଳ ଯାହାଜଗୁଡିକୁ ସମୁଦ୍ର ମଧ୍ୟକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments are closed.