ଅକ୍ସିମିଟର ନାଁରେ ଚାଲିଛି ଠକେଇ । ଆପ୍ଲିକେସନ୍ ଜରିଆରେ ଅକ୍ସିଜେନର ମାତ୍ରା ଜାଣିବାକୁ ଅନଲାଇନରେ କରାଯାଉଛି ପ୍ରଲୋଭିତ

208

କନକ ବ୍ୟୁରୋ: କୋଭିଡର ଦ୍ବିତୀୟ ଲହରରେ ଅକ୍ସିଜନ ସାଚ୍ୟୁରେସନର ଅନେକ ଘଟଣା ସାମ୍ନାକୁ ଆସିଛି । ଥର୍ମମିଟର ଭଳି ଏବେ ଅନେକଙ୍କ ପାଇଁ ଅକ୍ସିମିଟର ଜରୁରୀ ଉପକରଣ ହୋଇପଡିଛି । କିନ୍ତୁ ଏହାର ଚାହିଦା ଏତେ ହେଲାଣି ଯେ ଏବେ ବଜାରରେ ମିଳିବା ମୁସ୍କିଲ । କିନ୍ତୁ ଆପ୍ଲିକେସନ ଡେଭଲପର ଅକ୍ସିଜନ ଯାଞ୍ଚ ପାଇଁ ପ୍ରସ୍ତୁତ କଲେଣି ମୋବାଇଲ ଆପ୍ । କିନ୍ତୁ ଏହା ସୁରକ୍ଷିତ ତ ?

ଏହି ରିପୋର୍ଟ ଦେଖିଲା ପରେ ଆପଣଙ୍କ ନଜର ବି ଆପଣଙ୍କ ମୋବାଇଲ ଉପରକୁ ଯାଇଥିବ । ହୁଏତ ଆପଣ ବି ଅକ୍ସିଜନ ମାପିବା ପାଇଁ ଏଭଳି କିଛି ଆପ୍ଲିକେସନ ଡାଉନଲୋଡ କରିଥିବେ । ବଜାରରେ ଅକ୍ସିମିଟର ମିଳୁନଥିବାରୁ ଏଭଳି ମୋବାଇଲ ଆପ୍ଲିକେସନ ଉପରେ ଆପଣ ବି ବିଶ୍ବାସ କରିଥିବେ । ଆପ୍ଲିକେସନ ଖୋଲିଲା ପରେ ଫ୍ଲାସ ଲାଇଟରେ ଥମ୍ବ ଅର୍ଥାତ ବୁଢା ଆଙ୍ଗୁଳି ରଖିଲେ ଆପଣଙ୍କ ଅକ୍ସିଜନ ଲେଭଲ ସାଙ୍ଗକୁ ଆପଣଙ୍କ ହୃଦ ସ୍ପନ୍ଦନ ବି ଜଣାପଡିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ଆପ୍ଲିକେସନ କମ୍ପାନୀ । ଯଦି ଆପଣ ଏଭଳି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ କେଇ ସେକେଣ୍ଡ ଭିତରେ ଆପଣଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇପାରେ ଟଙ୍କା । ଲିକ୍ ହୋଇପାରେ ଆପଣଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ସମୟ ବଦଳିବା ସହ ବୈଷୟିକ କୌଶଳ ବି ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଏକ୍ସପେରିମେଂଟ ହେଉଛି । ଆପ୍ଲିକେସନ ଜରିଆରେ ଅକ୍ସିଜନ ସ୍ତର ଜାଣିପାରିଲେ ଅନେକ ଲୋକ ଊପକୃତ ହୋଇପାରିବେ । ତେବେ ଏନେଇ ଅନେକ ରିସର୍ଚ୍ଚ ଚାଲୁଥିବା ବିଶେଷଜ୍ଞ କହିଛନ୍ତି ।

ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସାଇବର ଠକ ଲୁଟିଚାଲିଛନ୍ତି । ଏବେ କରୋନା ସମୟରେ ଅକ୍ସିମିଟରକୁ କରିଛନ୍ତି ଅସ୍ତ୍ର । ତେବେ ଏଭଳି ଆପ୍ଲିକେସନ ବ୍ୟବହାର ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ।