ଛାଡପତ୍ର ପରେ ପୁଣି ଏକାଠି ହେଲେ ନାଗା – ସାମନ୍ଥା, ପ୍ରଶଂସକଙ୍କୁ ଦେବେ ସରପ୍ରାଇଜ୍

802

କନକ ବ୍ୟୁରୋ: କିଛି ମାସ ପୂର୍ବରୁ ସାଉଥ୍ ଷ୍ଟାର ନାଗା ଚୈତନ୍ୟା ଓ ସାମନ୍ଥା ପ୍ରଭୁଙ୍କ ଭିତରେ ବିବାହ ବିଚ୍ଛେଦକୁ ନେଇ ଖବର ଅସିଥିଲା । ଦୁହେଁ ଏହି ଖବରକୁ ସୁନିଶ୍ଚିତ ମଧ୍ୟ କରିଥିଲେ । ଛାଡପତ୍ର ପରେ ଦୁହେଁ ଅଲଗା ଅଲଗା ରହୁଥିବା କଥା ସମେସ୍ତ ଜାଣନ୍ତି । ହେଲେ ଏବେ ସେମାନେ ପୁଣିଥରେ ଏକାଠି ହେବା ଖବରକୁ ନେଇ ପ୍ରଶଂସକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।
ବିଚ୍ଛେଦ ହେବା ପରେ ଅଟୋ- ଇମ୍ୟୁନୋ ରୋଗରେ ପୀଡିତ ହୋଇ ଚିକିିତ୍ସିତ ହେଉଥିବା ନିଜେ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ସ୍ୱାମୀ ତଥା ଅଭିନେତା ନାଗା ଚୈତନ୍ୟା ଓ ଶ୍ୱଶୁର ତଥା ସାଉଥ୍ ସୁପରଷ୍ଟାର ନାଗାର୍ଜୁନ ତାଙ୍କୁ ଭେଟିବାକୁ ଯିବେ ବୋଲି ଜଣାପଡିଥିଲା । ହେଲେ ଏହା କେତେଦୂର ସତ ତାହା ଜଣାପଡିନାହିଁ । କିନ୍ତୁ ନାଗା ଚୈତନ୍ୟା ଫୋନ ଯୋଗେ ସାମନ୍ଥାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

‘ବଲିଉଡ୍ ଲାଇଫ’ର ରିପୋର୍ଟ ମୁତାବକ, ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ଛାଡପତ୍ର ପରେ ପରସ୍ପର ସହ ପ୍ରଫେସନାଲ ବ୍ୟବହାର କରୁଛନ୍ତି । କୁହାଯାଉଛି ଦୁହେଁ ମିଶି ପ୍ରୋଜେକ୍ଟରେ କାମ କରୁଛନ୍ତି । ତେବେ ଆଗକୁ ଦୁହିଁଙ୍କୁ ଏକାଠି କୌଣସି ଫିଲ୍ମରେ ଦେଖିବାକୁ ମିଳିବ ।