ଥମୁନି ହେତୁବାଦୀ-ପରମ୍ପରାବାଦୀ ବିବାଦ : ସାଲେପୁର ଥାନାରେ ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବ୍ରାହ୍ମଣ ସମାଜ

81

କନକ ବ୍ୟୁରୋ : ହେତୁବାଦୀଙ୍କ ବିରୋଧରେ ପୁଣି ଅଭିଯୋଗ । କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ବ୍ରାହ୍ମଣ ସମାଜ ହେତୁବାଦୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଭୁ ଜଗନ୍ନାଥ, ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ କଦର୍ଥ କରି ସମାଜକୁ ଦେଉଥିବା ବିଭ୍ରାନ୍ତିକର ମନ୍ତବ୍ୟକୁ ବିରୋଧ କରି ଥାନାରେ ଅଭିଯୋଗ କରିଛନ୍ତି ବ୍ରହ୍ମଣ ସମାଜ । ଏହା ହିନ୍ଦୁ ସମାଜକୁ କୁଠାରଘାତ କରିବା ସହ ହିନ୍ଦୁ ସଂସ୍କୃତିକୁ ନଷ୍ଟ କରୁଥିବା ବ୍ରାହ୍ମଣ ସମାଜ କହିଛି । ହେତୁବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଅଭିଯୋଗ କରିଛନ୍ତି ।