ସମାଜବାଦୀ ପାର୍ଟିକୁ ପୁରିଲା ୨୫ ବର୍ଷ : ଆଜି ପାଳୁଛି ରୌପ୍ୟ ଜୟନ୍ତୀ

34

କନକ ବ୍ୟୁରୋ : ୨୫ ବର୍ଷରେ ପଦାର୍ପଣ କରିଛି ସମାଜବାଦୀ ପାର୍ଟି । ଆଜି ଲକ୍ଷୌର ଜନେଶ୍ୱର ମିଶ୍ର ପାର୍କରେ ସିଲଭର ଜୁବଲି ସମାରୋହର ଆୟୋଜନ କରୁଛି ସମାଜବାଦୀ ପାର୍ଟି । ଆଗକୁ ଉତରପ୍ରଦେଶରେ ବିଧାନସଭା ନିର୍ବାଚନ ଥିବା ବେଳେ ନିକଟରେ ଯାଦବ ପରିବାରରେ ଦେଖାଦେଇଥିବା ବିବାଦ ଯୋଗୁଁ ଏହି ଉତ୍ସବ ବେଶ ଗୁରୁତ୍ୱବହନ କରୁଛି ।

ଆଶା କରାଯାଉଛି ଏହି ଉତ୍ସବ ଜରିଆରେ ମୁଲାୟମଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇବାକୁ ଉଦ୍ୟମ କରାଯିବ । ସେହି ମହାମେଂଟ୍ ନେଇ ମଧ୍ୟ ସପାମୁଖ୍ୟ ମୁଲାୟମ ସିଂହ ଯାଦବ ଏହି ମହୋତ୍ସବରେ କିଛି ଘୋଷଣା କରିବା ନେଇ ଆଶା କରାଯାଉଛି ।