ଭାରସାମ୍ୟ ହରାଇ ଦୋକାନ ଘର ଭିତରକୁ ମାଡିଗଲା ଟ୍ରକ୍ । ଘଟଣା ସ୍ଥଳରେ ହିଁ ଚାଲିଗଲା ୨ ଜଣଙ୍କ ଜୀବନ ।

889

କନକ ବ୍ୟୁରୋ: ଦୋକାନ ଘର ଭିତରକୁ ମାଡିଗଲା ଟ୍ରକ । ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି । କେନ୍ଦୁଝର ସୁଆକାଟି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକଟି ଦୋକାନ ଭିତରକୁ ପଶିଯାଇଥିଲା । ଓଏମସି ଖଣିକୁ ମାଲ ପରିବହନ କରିବାକୁ ଯାଇ ଦ୍ରୁତ ଗତିିରେ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଦୋକାନ ଘର ଭିତରକୁ ପଶିଯାଇଥିଲା । ଫଳରେ ଦୋକାନରେ ବସିଥିବା ମାଲିକ ଓ ଗାଡି ହେଲପରଙ୍କ ମୃତ୍ୟୁ ହୋଇଛି ।