ଖୁବଶୀଘ୍ର ପୂରଣ ହେବ ଭକ୍ତଙ୍କ ଇଚ୍ଛା: ପୁଣି ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ; ଆସନ୍ତା ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟିର ପ୍ରସ୍ତାବ  

545

କନକ ବ୍ୟୁରୋ : ଡିସେମ୍ବର ୧୬ରେ ଖୋଲିପାରେ ଶ୍ରୀମନ୍ଦିର । ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । କୋଭିଡ୍ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବାକୁ ଅନୁମତି ମିଳୁ ବୋଲି ପ୍ରସ୍ତାବରେ ଉଲ୍ଲେଖ । ମହାପ୍ରଭୁଙ୍କ କୌଣସି ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି । ସେପଟେ ମନ୍ଦିର ଖୋଲିବା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏନେଇ କୌଣସି ଅଧିକାରୀ ସ୍ତରୀୟ କାହାର ପ୍ରତିକ୍ରିୟା ମିଲିପାରି ନାହିଁ ।

କରୋନା ମହାମାରୀ ପାଇଁ ମାସ ମାସ ଧରି ଶ୍ରୀମନ୍ଦିର ରହିଛି । ଏ ନେଇ ପୂଜକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମନ୍ଦିର ଖୋଲିବା ନେଇ ଦୀର୍ଘ ଦିନ ହେବ ବିଚାର ବିମର୍ଷ ଜାରି ରହିଛି । ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ହେଉଛି । ଗତକାଲି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି ।

ବ୍ୟୟ ଅପେକ୍ଷା ଶ୍ରୀମନ୍ଦିର ଆୟ କମିଯାଇଛି । ଆୟ ବଢାଇବା ପାଇଁ ଅନଲାଇନରେ ଡୋନେସନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ରହିଛି ।ଏନେଇ ୩ଟି କମିଟି ଗଠନ କରାଯାଇଛି । ଭକ୍ତଙ୍କୁ କେବେ କେମିତି ଦର୍ଶନ ପାଇଁ ଛଡାଯିବ ସେ ନେଇ କମିଟି ନିଷ୍ପତି ନେବ । ମନ୍ଦିର ଖୋଲିବା ନେଇ ବୈଠକରେ ସକାରାତ୍ମକ ଆଲେଚନା ହୋଇଛି ।