ଏୟାର ଇଣ୍ଡିଆରେ ଚାକିରି କରିବାର ସୁଯୋଗ ! ଜାଣନ୍ତୁ କିପରି କରିବେ ଆବେଦନ

92

ଏୟାର ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଏୟାର ଇଣ୍ଡିଆ ଇଞ୍ଜିନିୟରିଙ୍ଗ ସର୍ଭିସ ଲିମିଟେଡର କିଛି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏୟାରକ୍ରାଫ୍ଟ ଟେକ୍ନିସିଆନ ଓ ଟ୍ରେଡସମ୍ୟାନ ପଦ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୩୨୫ଟି ପଦ ଏୟାରକ୍ରାଫ୍ଟ ଟେକ୍ନିସିଆନର ହୋଇଥିବା ବେଳେ ଅନ୍ୟ ୩୫ଟି ପଦ ଟ୍ରେଡର୍ସମ୍ୟାନ ପାଇଁ ଉଦ୍ଦିଷ୍ଟ ରହିଛି ।

14_1_about-air-indiaଏୟାରକ୍ରାଫ୍ଟ ଟେକ୍ନିସିଆନ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗ୍ୟତା ଅନୁଯାୟୀ ଏୟାରକ୍ରାଫ୍ଟ୍ର ମେନଟେନାସରେ ଏଏମଇ ଡିପ୍ଲୋମା କରିଥିବା ଆବଶ୍ୟକ । ସେହିଭଳି ଟ୍ରେଡସମ୍ୟାନ ପଦ ପାଇଁ ଆବେଦନକାରୀ ଆଇଟିଆଇରେ ପାସ କରିଥିବା ଆବଶ୍ୟକ । ୩୫ ବର୍ଷରୁ ବୟସ୍କ ଛାତ୍ରଛାତ୍ରୀ ମାନେ ଏହି ପଦ ପାଇଁ ଆବେଦନ କରିପାରିବେ ।

ଚୟନ ପ୍ରକିୟା : ଆଦେନକାରୀଙ୍କ ଚୟନ ଟ୍ରେଡ ପରୀକ୍ଷା, ସାକ୍ଷାତକାର ଓ ମେଡିକାଲ ପରୀକ୍ଷା ଆଧାରରେ କରାଯିବ । ଏହି ପଦ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ପରେ ସମସ୍ତ ସାର୍ଟିଫିକେଟ ସହ ଏହାର ହାଡକପି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ପଡିବ । ଏହାସହ ଆଦେନକାରୀ ନିଜର ସମସ୍ତ ତଥ୍ୟ SM.Sonawane.ai@nic.in ରେ ମେଲ ମଧ୍ୟ କରିପାରିବେ ।

ଅଧିକ ବିବରଣୀ ପାଇଁ http://www.airindia.in/writereaddata/Portal/career/536_1_AIESL-RECT-01-Advertisment-for-Aircraft-Technician.pdf ଲିଙ୍କରେ କ୍ଲିକ କରନ୍ତୁ ।

courtesy- AajTak