ପୁରୀ ବଡଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

20

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ବଡଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କୁମ୍ଭାରପଡା ଥାନା ବଡଶଙ୍ଖ ଟ୍ରାଫିକ ଛକ ନିକଟରେ ଯୁବକଙ୍କୁୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ଆହତ ଯୁବକ ଜଣକ ହେଉଛନ୍ତି ବିପୁଲ ଦାଶ । ସେ ତାଙ୍କ ଡାଲା ଅଟୋରେ ବସିଥିବା ବେଳେ, ୩ ଜଣ ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲିରେ ତାଂକୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଦୁଇ ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ପୁଲିସ ପହଂଚି ବିପୁଲଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି କରାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।