ପ୍ରଶାସନର ଅଭିନବ ପ୍ରୟାସ ! ବିମାନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

121

କନକ ବ୍ୟୁରୋ : ବିମାନରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ଅଟେ । ଠିକ୍ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଅଲୱରରୁ ୧୬ କିଲୋମିଟର ଦୂରରେ ଥିବା ଇନ୍ଦରଗଡ଼଼ ଗାଁରେ । ରାଜକୀୟ ସିନିୟର ସେକେଣ୍ଡାରୀ ସ୍କୁଲରେ ଛାତ୍ରାଛାତ୍ରୀଙ୍କୁ ପାଠପଢ଼ା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନର ଏହା ଏକ ଅଭିନବ ପ୍ରୟାସ ।

ପ୍ରଶାସନର ନିଆରା ପ୍ରୟାସ । ବିମାନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଶିକ୍ଷା । ସ୍କୁଲରେ ଏଜୁକେସନ ଏୟାରଲାଇନ୍ସ ରୂପରେ ସ୍ମାର୍ଟ ଡିଜିଟାଲ କ୍ଲାସରୁମ ନିର୍ମାଣ କରାଯାଇଛି । କ୍ଲାସର ନାମ ଇନ୍ଦ୍ର ବିମାନ ରଖା ଯାଇଛି । ଏଥିରେ ଏକା ସାଙ୍ଗରେ ୫୦ଜଣ ପିଲା ପାଠ ପଢ଼ୁଛନ୍ତି । ଏହା ୧୯ ଫୁଟ ଉଚ୍ଚ ଥିବା ବେଳେ ୪୦ ଫୁଟ ଲମ୍ବା ରହିଛି । କ୍ଲାସରୁମକୁ ବିମାନର ଅବିକଳ ରୁପ ଦିଆ ଯାଇଛି । ସର୍ବଶିକ୍ଷା ଅଭିଯାନର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି ।