ଜୁନ ୧ ତାରିଖରୁ ଟିଭି, ଫ୍ରିଜ ସମେତ ଅନ୍ୟ କେତେକ ସାମଗ୍ରୀ ହେବ ମହଙ୍ଗା ! ଜାଣନ୍ତୁ କଣ ରହିଛି କାରଣ ।

49

ଆସନ୍ତା ମାସରୁ ଏୟାର କଣ୍ଡିସନର, ରେଫ୍ରିଜେଟର, ୱାସିଙ୍ଗ ମେସିନ ସମେତ ଅନ୍ୟ କେତେକ ସାମଗ୍ରୀ କିଣିବାକୁ ହେଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଏହି ସାମଗ୍ରୀ ଗୁଡିକର ମୂଲ୍ୟ ଜୁନ ମାସରେ ୨ରୁ୫ ପ୍ରତିଶତ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଉଚ୍ଚ ସ୍ଥରରେ ରହିଛି । ଏହା ସହ ମୁଦ୍ରା କ୍ଷେତ୍ରରେ ମଧ୍ୟ ବ୍ୟାପକ ଅସ୍ଥିରତା ପରିଲକ୍ଷିତ ହୋଇଛି । ଆଉ ଏହି କାରଣରୁ କମ୍ପାନୀମାନଙ୍କୁ ସାମଗ୍ରୀ ଗୁଡିକ ପାଇଁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡୁଛି । କମ୍ପାନୀମାନଙ୍କ କହିବା କଥା, ର ମ୍ୟାଟେରିଆଲ, ଷ୍ଟିଲ ଏବଂ ତମ୍ବାର ଦର କ୍ରମାଗତ ଭାବେ ବଢି ବଢି ଚାଲିଛି । ଯାହାର ପ୍ରଭାବ ସିଧାସଳଖ କମ୍ପାନୀଗୁଡିକ ଉପରେ ପଡିବା ସହ କ୍ଷତି ମଧ୍ୟ ହେଉଛି । ତେଣୁ ଏହି ସାମଗ୍ରୀ ଗୁଡିକର ମୂଲ୍ୟ ବଢାଇ କମ୍ପାନୀଗୁଡିକ ଏବେ ବଜାରକୁ ଛାଡିବାର ଯୋଜନା ପ୍ରସ୍ତୁତ କରିଛନ୍ତି ।

କମ୍ପାନୀ ଗୁଡିକର କହିବା ଅନୁଯାୟୀ, ଏହି କାରଣରୁ ଟିଭି, ଫ୍ରିଜ ସମେତ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମୂଲ୍ୟ ୪୦୦ ଟଙ୍କାରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ । ଏହି କମ୍ପାନୀଗୁଡିକ ମେ ମାସ ପ୍ରାରମ୍ଭରୁ କହିଦେଇଥିଲେ ଯେ, ସେମାନେ ଜୁନ ମାସ ଆରମ୍ଭରୁ କେତେକ ସାମଗ୍ରୀର ମୂଲ୍ୟ ବଢାଇପାରନ୍ତି । କାରଣ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧିର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି । ଡଲାର ତୁଳନାରେ ଟଙ୍କାରେ ହେଉଥିବା ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ କମ୍ପାନୀ ଗୁଡିକର ଉତ୍ପାଦନ ଉପରେ ପଡୁଛି । ଏହି କାରଣରୁ ଦରଦାମ ବୃଦ୍ଧି ହେବା ମଧ୍ୟ ଏକ ପ୍ରମୁଖ କାରଣ ଅଟେ ।