କଲ୍ୟାଣସିଂହପୁର : ଦୋଳାରେ କଲ୍ୟାଣୀ ନଦୀ ପାର ହେଲେ ଆସନ୍ନ ପ୍ରସବା, ୫ କିଲୋମିଟର ବାଟ ବୋହିଲେ ସମ୍ପର୍କୀୟ

27

କନକ ବ୍ୟୁରୋ : କଲ୍ୟାଣସିଂହପୁରର ଦୁଃଖ । ପୁଣି ଦୋଳାରେ ବୁହାହୋଇ ନଦୀ ପାର ହୋଇଛନ୍ତି ପ୍ରସୂତି । ଏହି ଘଟଣା ଘଟିଛି ନିୟମଗିରି ପାହାଡର ପାର୍ସାଲି ପଂଚାୟତର ଫାକେରୀ ଗାଁରେ । ଗାଁର ଆଲେମ ଶିକକାଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ସ୍ଥାନୀୟ ଲୋକେ ଦୋଳାକରି ଗାଁଠାରୁ ୫ କିଲୋମିଟର ବୋହିଆଣିଥିଲେ ପାର୍ସାଲିକୁ । ସେଠାରୁ ଏକ ଗାଡିରେ ବଡଦ୍ୱାର ସାହି ଯାଏଁ ପଂହଚିଥିଲେ ।

ପୁଣି ସେହିଠାରୁ କଲ୍ୟାଣୀ ନଦୀ ପାର ହୋଇ ଗୋଟିଏ କିଲୋମିଟର ବୋହି ଆଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଫାକେରୀଠାରୁ ପାର୍ସାଲି ଆଣିବା ବାଟରେ ଆଲେମ ଏକ ମୃତ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଆଲେମଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଏବେ ଚିକିତ୍ସା କରାଯାଉଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମାସକ ମଧ୍ୟରେ ଏଭଳି ୮ଟି ଘଟଣା ଘଟିଲାଣି । ଏଭଳି ଘଟଣା ଜନନୀ ସୁରକ୍ଷା ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।