ବିଧାୟକଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର : ବିଜେଡି

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ୪ ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ସଫେଇ ରଖିଛି ବିଜେଡି ।  ମଜାରେ କହିଥିବା କଥାକୁ ଅଯଥାରେ ବଡ ରୂପ ଦିଆଯାଉଛି । ଏହି କଥାର କିଛି ମୂଲ୍ୟ ନାହିଁ, ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ମାତ୍ର ବୋଲି କହିଛନ୍ତି ଦଳର ମୁଖପାତ୍ର ପ୍ରତାପ ଜେନା ।

ଅନ୍ୟପଟେ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଏହି ଅଡିଓ ଟେପର ଯାଂଚ ହେବା ଉଚିତ୍ । ବେଳେ ବେଳେ ଅଡିଓ ଟେପ୍ ବଳରେ ବହୁତ କିଛି ମିଛ ଘଟଣା ମଧ୍ୟ ସମ୍ଭବପର ହେଉଛି । ମୁୁଁ ଭାବୁଛି ସେମାନେ ସମସ୍ତେ ନିର୍ଦୋଷ, ସେମାନଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି।

ଦଳର ମୁଖପାତ୍ର ସମୀର ଦାସ କହିଛନ୍ତି ଯେ, ଏନେଇ  ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ଘଟଣାର ଅନୁଧ୍ୟାନ କରୁଛନ୍ତି। ସେ ହିଁ ଘଟଣାରେ ପରବର୍ତି ନିଷ୍ପତି ନେବେ । ତର୍ଜମା ପରେ ପଦକ୍ଷେପ ନେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରୁଛି।