ଶାସକ ଦଳର ଦୁଇମନ୍ତ୍ରୀଙ୍କ ନାଁ କଣ ! ଏସ୍.ଏଫ୍.ଆଇ.ଓ ଆଗରେ ପୋଲ୍ ଖୋଲିଲେ କି ପ୍ରଦୀପ?

50

କନକ ବ୍ୟୁରୋ : କ୍ରାଇମବ୍ରାଂଚ, ସିବିଆଇ, ଇଡି ପରେ, ଏସ୍.ଏଫ୍.ଆଇ.ଓ ଆରମ୍ଭ କରିଛି ତଦନ୍ତ । ଝାରପଡା ଜେଲରେ ପଶି ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀ ଓ ତାଙ୍କ ସହଯୋଗୀଙ୍କୁ କରିଛି ମାରାଥାନ ଜେରା । ଏସ୍.ଏଫ୍.ଆଇ.ଓ ଆଗରେ ୨ ମନ୍ତ୍ରୀଙ୍କର ପୋଲ ଖୋଲିବେ ବୋଲି ପ୍ରଦୀପ ପୂର୍ବରୁ କହିଥିବା ବେଳେ, ଆଜି ୨ ମନ୍ତ୍ରୀଙ୍କ ବାବଦରେ ଏସ୍.ଏଫ୍.ଆଇ.ଓକୁ କିଛି କହି ନାହାଁନ୍ତି ତ?

କେଉଁ ମନ୍ତ୍ରୀ ଖାଇଛନ୍ତି ଅର୍ଥତତ୍ୱ ସଂସ୍ଥାର ଚିଟଫଣ୍ଡ ଟଙ୍କା ? ୨ ମନ୍ତ୍ରୀ ଠକ ସଂସ୍ଥାରୁ କେତେ ଲୁଟିଛନ୍ତି । ଜାନୁୟାରୀ ୩୦ ତାରିଖରେ ପ୍ରଦୀପ ସେଠୀ ଏସ୍.ଏଫ୍.ଆଇ.ଓ ଆଗରେ ସେହି ୨ ମନ୍ତ୍ରୀଙ୍କ ନାଁ କହିବେ ବୋଲି କନକ ନ୍ୟୁଜକୁ କହିଥିଲେ ।

ପ୍ରଦୀପ ସେଠୀ ଓ ତାଙ୍କ ସହଯୋଗୀଙ୍କୁ ଦିନ ତମାମ ଜେରା କରି ସାରିବା ପରେ, ଭୁବନେଶ୍ୱର ଝାରପଡା ଜେଲରୁ ଫେରୁଛି ଏସ୍.ଏଫ୍.ଆଇ.ଓ ଟିମ୍ । ଗତକାଲି ଠାରୁ ପ୍ରଦୀପ ସେଠୀ, ଆକାଉଟାଂଟ୍ ଶ୍ରୀକୃଷ୍ଣ ପାଢୀ ଓ ଜେଲରେ ଥିବା ସହେଯାଗୀଙ୍କୁ ଆରମ୍ଭ ହୋଇଛି ମାରାଥାନ ଜେରା ।

ପ୍ରଦୀପ ଏସ୍.ଏଫ୍.ଆଇ.ଓକୁ ୨ମନ୍ତ୍ରୀଙ୍କ ନାଁ କହିବା ସହ ମନ୍ତ୍ରୀଙ୍କ ବାବଦରେ ବେଶ କିଛି ତଥ୍ୟ ଦେଇଥିବା ସୂଚନା ମିଳିଛି । ହେଲେ ଏନେଇ ମୁହଁ ଖୋଲିନାହାଁନ୍ତି ଏସ୍.ଏଫ୍.ଆଇ.ଓ ।

ସବୁଠୁ ବଡ ପ୍ରଶ୍ନ ପ୍ରଦୀପ ସେଠୀ ଦେଇଥିବା ବୟାନକୁ ନେଇ ମନ୍ତ୍ରୀଙ୍କ ଘରେ ଏସ୍.ଏଫ୍.ଆଇ.ଓ ଛାପା ମାରିବ ନାଁ ରାଜନୈତିକ ଚାପ ତଦନ୍ତକୁ ବାଟବଣା କରିବ ?