ନରସିଂହଙ୍କ ଶାଶ୍ୱତ ପ୍ରେମର ନିଆରା କାହାଣୀ ! ପତ୍ନୀଙ୍କ ମୃତ୍ୟୁ ପରେ ବି ଅତୁଟ ରହିଛି ସ୍ନେହ ଆଉ ପ୍ରେମ, ଶ୍ମଶାନରେ ପତ୍ନୀଙ୍କ ପ୍ରତିମୂର୍ତ୍ତି ପାଖରେ ନିଜ ପ୍ରତିମୂର୍ତ୍ତି ଗଢ଼ିଛନ୍ତି
କନକ ବ୍ୟୁରୋ : କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତନ । ଏହାକୁ ସତ କରି ଦେଖାଇଛନ୍ତି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ଼ା ଗ୍ରାମର ନରସିଂହ ଦଳାଇ । ପତ୍ନୀଙ୍କ ମୃତ୍ୟୁ ପରେ ବି ନରସିଂହଙ୍କ ମନରେ ତାଙ୍କ ପ୍ରତି ସ୍ନେହ ଓ ପ୍ରେମ ସେମିତି ଅତୁଟ ହୋଇ ରହିଛି । ଏଥିପାଇଁ ଗାଁ ଶ୍ମଶାନରେ ପତ୍ନୀଙ୍କ ସ୍ମୃତିରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ପାଖରେ ନିଜର ପ୍ରତିମୂର୍ତ୍ତି ବି ଗଢ଼ିଛନ୍ତି। ଆଉ ୮୦ ବର୍ଷ ବୟସରେ ବି ନରସିଂହ ପ୍ରତିଦିନ ଶ୍ମଶାନକୁ ଯାଉଛନ୍ତି। ପତ୍ନୀଙ୍କ ପ୍ରତିମୂର୍ତ୍ତି ପୋଛାପୋଛି କରି ଆଉଁସିବା ସହ କାନରେ ଗୁଣୁ ଗୁଣୁ ହୋଇ କଥା ହେଉଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ନିଜ ଆଖିରେ ଜଣେ ନ ଦେଖିଲେ ବିଶ୍ବାସ କରିପାରିବ ନାହିଁ।
Kanak News is now on WhatsApp
Join and get latest news updates delivered to you via WhatsApp
୧୯୭୦ ମସିହାରେ ନରସିଂହ ଦଳାଇ ବୁଗୁଡ଼ା ବ୍ଲକ୍ ଲଙ୍ଗୁଡ଼ୁ ଗ୍ରାମର ସୁମତିଙ୍କୁ ବିବାହ କରିଥିଲେ। ଦିନେ ପତ୍ନୀ ସୁମତିଙ୍କୁ କଥା ଛଳରେ କହୁ କହୁ କହିହେଲେ, ତୁମର ସଧବା ଯୋଗ ଅଛି। ଏହା ଜାଣି ସୁମତି ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ତୁମକୁ ଛାଡ଼ି ମୁଁ କୁଆଡ଼େ ଯିବିନି ବୋଲି କହିଥିଲେ। ୨୦୧୦ ମସିହାରେ ସୁମତିଙ୍କ ମୃତ୍ୟୁ ହୋଇଥିଲା।