ଦେଶର ଏହି ସହରରେ ମିଳୁଛି ସବୁଠୁ କମ୍ ଦାମରେ ପେଟ୍ରୋଲ-ଡିଜେଲ୍ । ଅନ୍ୟ ସହରମାନଙ୍କଠୁ ୩୩ଟଙ୍କା କମ୍

142

କନକ ବ୍ୟୁରୋ : ଗତ କିଛି ମାସ ହେବ ଦେଶରେ ଲଗାତାର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇ ଦେଇଥିଲା । ଖାସକରି ମଧ୍ୟବିତ ଓ ଗରିବ ଶ୍ରେଣୀର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରିକି କିଛି ଲୋକ ଗାଡିକୁ ଥୋଇ ଚାଲିକି କିମ୍ବା ସାଇକେଲରେ ଯିବା ଆସିବା କରୁଥିଲେ । ବର୍ତମାନ ତୈଳ ଦର ଉପରୁ ସରକାର ଟ୍ୟାକ୍ସ ଛାଡ କରିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ସତ କିନ୍ତୁ, ଏବେବି ତୈଳ ଦର ସାଧାରଣ ଲୋକଙ୍କ ପାଇଁ ଖୁବ୍ ଅଧିକ ରହିଛି । ଏହାରି ମଧ୍ୟରେ ଏପରି ଏକ ସହର ସାମ୍ନାକୁ ଆସିଛି, ଯେଉଁଠାରେ ପେଟ୍ରୋଲ ଦର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାରା ଦେଶରେ ଇଏ ହିଁ ଗୋଟିଏ ସହର ଯେଉଁଠି ତୈଳ ଦର ଖୁବ୍ କମ୍ ।
ଆଇଓସିଏଲର ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩.୯୭ ପଇସା ଡିଜେଲ ୮୬ଟଙ୍କା ୬୭ପଇସା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୯.୯୮ ଡିଜେଲ ୯୪.୧୪ । ସେହିପରି କୋଲକତାରେ ପେଟ୍ରୋଲ ୧୦୪.୬୭ ଏବଂ ଡିଜେଲ ୮୯.୭୯ ପଇସା ରହିଛି । ଏହି ତିନୋଟି ସହର ଠାରୁ କମ ରହିଛି ଚେନ୍ନାଇର ତୈଳ ଦର । ଚେନ୍ନାଇରେ ୧୦୧.୪୦ ପଇସା ପେଟ୍ରୋଲ ଦର ଥିବା ବେଲେ ଡିଜେଲ ଲିଟର ପିଛା ୯୧ଟଙ୍କା ୪୩ ପଇସା ରହିଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର ଆଣ୍ଡାମାନ ଦ୍ୱିପରେ ଅବସ୍ଥିତ ପୋର୍ଟ ବ୍ଲେୟର ସହରରେ ପେଟ୍ରୋଲ ଲିଟର ପିଛା ୮୭.୧୦ ପଇସାରେ ଏବଂ ଡିଜେଲ ଲିଟର ପିଛା ୮୦ ଟଙ୍କା ୯୬ ପଇସାରେ ମିଳୁଛି । ଅର୍ଥାତ ଅନ୍ୟ ସହରମାନଙ୍କଠୁ ପେଟ୍ରୋଲ ଦର ପ୍ରାୟ ୩୩ଟଙ୍କା କମ୍ ରହୁଥିବା ବେଲେ ଡିଜେଲ ୨୩ଟଙ୍କା ୪୦ ପଇସା କମ୍ ରହିଛି ।