ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ: ସ୍ୱାସ୍ଥ୍ୟ ଖାଦ୍ୟ ତାଲିକା ଅନୁସାରେ ଖାଦ୍ୟ ଦେଉନି ଏଜେନ୍ସି

75

କନକ ବ୍ୟୁରୋ: ରୋଗୀଙ୍କ ସ୍ୱାସ୍ଥ୍ୟ ସହ ସାଂଘାତିକ ଖେଳ । ମାଲକାନଗିରି ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ । ସ୍ୱାସ୍ଥ୍ୟ ବିଭାଗର ଧାର୍ଯ୍ୟ ମେନୁକୁ ଅଣଦେଖା କରି ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦେଇ ମୋଟ ଅଙ୍କ ରୋଜଗାର କରୁଛି ସମ୍ପୃକ୍ତ ଏଜେନ୍ସି । ଖାଇବା ପିଇବା ଠାରୁ ଆରମ୍ଭ କରି ମାଲାକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱଚ୍ଛତାକୁ ନେଇ ବହୁ ଅବ୍ୟବସ୍ଥା ଲାଗି ରହିଛି । ହେଲେ କୌଣସ ପଦକ୍ଷେପ ନନେଇ ଘରୋଇ ଏଜେନ୍ସି ସହ ହାତ ମିଳାଇ ଚୁପ ବସିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ନାଁରେ କେମିତି ଚାଲିଛି ହରିଲୁଟ, ତାହାର ସ୍ଥିତ ଅନୁଧ୍ୟାନ କରିଛି କନକ ନ୍ୟୁଜ ।

ମଧ୍ୟାହ୍ନ ଭୋଜନରେ ଘୋଟାଲା । ନିମ୍ନମାନର ଖାଦ୍ୟ ଖାଉଛନ୍ତି ରୋଗୀ । ମେନ୍ୟୁ ମୁତାବକ ମିଳୁନି ଖାଦ୍ୟ । ରୋଗୀଙ୍କୁ ନିମ୍ନନ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆସିଛି ମାଲାକନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ । ରୋଗୀ କେଉଁ ଦିନ କ’ଣ ଖାଇବେ? ମଧ୍ୟାନ୍ନ ଭୋଜନରେ କ’ଣ ଦିଆଯିବ? ସକାଳ ଜଳ ଖିଆ ଓ ରାତି ଖାଇବା କ’ଣ ଦିଆଯିବ? ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ ହୋଇଛି । ତେବେ ଏହେଉଛି ଗତ ରବିବାର ମଧ୍ୟାନ୍ନ ଭୋଜନର ଚିତ୍ର । ମଧ୍ୟାନ୍ନ ଭୋଜନରେ ଭାତ, ଡାଲି, ଅଣ୍ଡା ବା ଛୋଲେ ପନିର ସହ ମିକ୍ସ ସାଧା ତରକାରି ଦେବାକୁ ମେନ୍ୟୁରେ ଥିବା ବେଳେ ରୋଗୀଙ୍କୁ ଦିଆଯାଇଛି ଭାତ ଡାଲି ଓ ବନ୍ଧାକୋବି ତରକାରୀ ।

କେବଳ ରବିବାର ନୁହେଁ ପ୍ରାୟ ସବୁ ଦିନ ରୋଗୀଙ୍କୁ ମନଇଛା ଖାଇବାକୁ ଦେଉଛି ଡାକ୍ତରଖାନାରେ ଖାଦ୍ୟ ଯୋଗାଉଥିବା ଏଜେନ୍ସି । କେବଳ ଖାଦ୍ୟ ନୁହେଁ ଡାକ୍ତରଖାନା ପରିବେଶ ବି ପୁରା ଅପରିସ୍କାର କହିଲେ କିଛି ଭୁଲ ହେବ ନାହିଁ । ୩୦୦ ସଜ୍ଜା ବିଶିଷ୍ଟ ଡାକ୍ତରକାନାରେ ବେଡ ଅଭାବରୁ ରୋଗୀ ଏଣେତେଣେ ପଡି ରହିଛନ୍ତି । ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବା ବେଳେ ସ୍ୱଚ୍ଛତା କଥା ନ କହିବା ଭଲ । ଲିଫଟ ଠାରୁ ଆରମ୍ଭ କରି ପାନୀୟ ଜଳ, ସୌଚାଳୟ ସବୁଠି ଅସ୍ୱାସ୍ଥକର ପରିବେଶ । ରୋଗୀଙ୍କ ଭଲ ବେଡ୍ ସିଟ୍ ଟିଏ ବି ମିଳୁନଥିବା ଅଭିଯୋଗ ହୋଇଛି ।
ସୁମିତ ଏଜେନ୍ସି ନାମକ ଏକ ସଂସ୍ଥାକୁ ଖାଦ୍ୟ ବଂଟନ ସହ ସଫେଇ ଦାୟିତ୍ୱ ଦିଆଯାଇଛି । ସେହିପରି ସାଇନ୍ ଲଣ୍ଡ୍ରୀକୁ ବେଡ ଶିଟ୍ ଦାୟିତ୍ୱ ନେଇଛି । କେହି ସଠିକ୍ ଢଙ୍ଗରେ କାର୍ଯ୍ୟ କରୁନଥିବା ବେଳେ ଏକଥା ସିଡିଏମ୍ଓ ଓ ଡାକ୍ତରଖାନା କର୍ତୃପକ୍ଷ ଜାଣିଥିବା ଅଭିଯୋଗ ହୋଇଛି ।