ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହାତେଇଛନ୍ତି ଚାକିରି: ଜନ୍ମରୁ ଥିଲେ ଓବିସି, ବିବାହ ପରେ ହୋଇଗଲେ ଏସଟି

1,355

କନକ ବ୍ୟୁରୋ: ଅନୁସୁଚିତ ଜାତି ଜନଜାତିଙ୍କ ପାଇଁ ସରକାରୀ ଚାକିରୀ କ୍ଷେତ୍ରରେ ରହିଛି ସଂରକ୍ଷଣ ବ୍ୟବସ୍ଥା । କିନ୍ତୁ ଏହାର ପାଂଇଦା ଉଠାଇବାରେ ଲାଗିଛନ୍ତିି କିଛି ଅସାଧୁ ବ୍ୟକ୍ତି । ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ । ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରି ହାତେଇଥିବା ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଭଂଜନଗର ବ୍ଳକରୁ ।

ଭଂଜନଗର ବ୍ଳକରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ମମିତା କୁମାରୀ ପ୍ରଧାନ । ତାଙ୍କ ଜାତିଗତ ପ୍ରମାଣପତ୍ର କହୁଛି, ସେ ଓବିସି ଶ୍ରେଣୀର । ମମିତା, ବିରିପଦର ଗାଁର ଅନୁସୂଚିତ ଜନଜାତିର ବ୍ୟକ୍ତି ଧବଳେଶ୍ୱର ନାୟକଙ୍କୁ ବିବାହ କରିବା ପରେ ନିଜକୁ ଅନୁସୂଚିତ ଜନଜାତିର ଦର୍ଶାଇ ଚାକିରି କରୁଛନ୍ତି । ଯାହା ବେଆଇନ୍ । ଆଇନ୍ ଅନୁସାରେ, ଜନ୍ମ ଅନୁସାରେ ଜାତି ସ୍ଥିର ରହିବ ।

ବିବାହ ପରେ ଜାତି ବଦଳାଇବାର କୌଣସି ପ୍ରାବଧାନ ନଥିବା ବେଳେ ଭଂଜନଗର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ମମିତାଙ୍କ ଜାତି କେମିତି ବଦଳିଲା ବୋଲି ସୂଚନା ଅଧିକାରକର୍ମୀ ମନୋରଂଜନ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏକଥା ଜାଣି ବି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେ ଅଭିଯୋଗ କରିଛନ୍ତି ।

କେବଳ ମମିତା ନୁହଁନ୍ତି ଗଂଜାମ ଜିଲ୍ଲାରେ ଅନେକ ବ୍ୟକ୍ତି ଜାଲ ଜାତିଗତ ଓ ଜାଲ ସାଟିପିଂକେଟ୍ ଦେଇ ଚାକିରି କରିଥିବା ବେଳେ ଯୋଗ୍ୟ ବ୍ୟକ୍ତି ସରକାରୀ ଚାକିରିଟିଏ ପାଇଁ ବାରମ୍ବାର ଆବେଦନ କରି ନିରାସ ହେଉଥିବା କହିଛନ୍ତି । ବେଆଇନ୍ ଭାବେ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଯୋଗ୍ୟ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ଦାବି ହୋଇଛି ।