ଟିକେଟ୍ କରି ଟ୍ରେନରେ ପାଇଲେନି ସିଟ୍  ! ରେଳ ବିଭାଗ ଦେବେ ଜରିମାନା

24

ବେଙ୍ଗାଲୁରୁ : କର୍ଣ୍ଣାଟକର ମୈସୁରର ଜଣେ ଉପଭୋକ୍ତା (କଂଜୁମର) କୋର୍ଟ ଭାରତୀୟ ରେଳବିଭାଗକୁ  ଦେଇଛନ୍ତି ଆଦେଶ । ଏକ ପରିବାରକୁ ଜରିମାନା ବାବଦ ୩୭ ହଜାର ଟଙ୍କା ଦେବାର ରହିଛି ନିର୍ଦ୍ଦେଶ ।  ଏହି ତିନି ସଦସ୍ୟ ବିଶିଷ୍ଟ ପରିବାରର ସଂରକ୍ଷିତ ସିଟରେ ଅନ୍ୟ ଯାତ୍ରୀମାନେ ବସିଥିଲେ ।  ଯଦ୍ୱାରା ସେମାନଙ୍କ ପାଖରେ ଟିକେଟ୍ ଥିିବା ପରେ ବି  ପାଖାପାଖି ୩୩ ଘଂଟା ପୁରା କଷ୍ଟରେ ଯାତ୍ରା କରିଥିଲେ । ଏହି ଯାତ୍ରା ପାଇଁ ପରିବାରର ପ୍ରତ୍ୟେକ ସଦସ୍ୟ ୭୪୦ ଟଙ୍କାର ଟିକେଟ୍ ନେଇଥିଲେ ।

କୋର୍ଟ ଜରିମାନା ଲଗାଇବା ସହ ଡ୍ୟୁଟିରେ ଥିବା ଟିଟିଆଇ ଓ ଆରଫିଏଫ୍  କର୍ମଚାରୀଙ୍କ ସହ ଅନେକ ଆଲୋଚନା କରିଛନ୍ତି , ଯିଏ କି ଯାତ୍ରୀଙ୍କୁ ସାହାଯ୍ୟ କରିବାରେ ଅସଫଳ ହୋଇଛନ୍ତି ।  କୁହାଯାଉଛି କି  ମୈସୁରରେ ରହୁଥିବା  ସିଦ୍ଧାର୍ଥ ଲାୟୋଉତ୍ ଓ ତାଙ୍କର ପରିବାରର ଅନ୍ୟ ଦୁଇ ସଦସ୍ୟ  ଜୟପୁର-ମୈସୁର ସୁପରଫାଷ୍ଟ ଟ୍ରେନର ୨୫ ମେ ୨୦୧୭ରେ ଟିକେଟ୍ ନେଇଥିଲେ । ଯାହା  ତାଙ୍କ ପାଇଁ ବହୁତ କଷ୍ଟକର ସାବ୍ୟସ୍ତ ହୋଇଥିଲା ।

 ଉଜୈନରୁ  ଟ୍ରେନ ଚଢିଲା ପରେ ସେ ଦେଖିବାକୁ ପାଇଲେ କି ଯେଉଁ ଏସ୫ ସିଟରେ ତାଙ୍କର ସିଟ୍  ଥିଲା । ସେଥିରେ ଅନ୍ୟ ଲୋକ ବସିଛନ୍ତି । ପୁରା ବଗି ବି ଅଣସରକ୍ଷିତ ଲୋକଙ୍କ ଭିଡ ଥିଲା ।  ପାଖାପାଖି ୩୩ ଘଂଟା ର ଲମ୍ବା ଯାତ୍ରା ସମୟରେ ସେ ଅନେକ ଥର ନିଜର ସିଟ୍ ପାଇଁ କହିଥିଲେ । କିନ୍ତୁ ଅସଫଳ ହୋଇଥିଲେ । ତାଙ୍କୁ ତାଙ୍କର ନିର୍ଦ୍ଦିଷ୍ଟ ସିଟ୍ ମିଳିନଥିଲା ।  ଏମିତି ସେ ଟ୍ରେନର ଟିଟିଆଇ ଓ ଆରଫିଏଫଙ୍କୁ ଜଣାଇଥିଲେ । କିନ୍ତୁ ସେମାନେ କିଛି ସହଯୋଗ କରିନଥିଲେ ।

ସିଦ୍ଧାର୍ଥ ଭାରତୀୟ ରେଳବିଭାଗେର ଅଭିଯୋଗ କରିଥିଲେ ।  ହେଲେ ତାଙ୍କୁ କୌଣସି ସାହାଯ୍ୟ ମିଳିନଥିଲା । ସେ ଭୋପାଳ ଓ ତେଲେଙ୍ଗାନା ର କାଜିପେଟ୍ ର ଷ୍ଟେସନରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ରେଳ କର୍ମଚାରୀ  ତାଙ୍କର ସାହାଯ୍ୟ କରିନଥିଲେ । ରେଳ ବିଭାଗର ଏଭଳି ବାଜେ ସେବାରେ ଚିନ୍ତିତ ସିଦ୍ଧାର୍ଥ ଉପଭୋକ୍ତା ( କଂଜୁମର ) କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ ।

( ସୌଜନ୍ୟ-ନବଭାରତ ଟାଇମ୍ସ )