ଲେଖିକା ପାରମିତା ଶତପଥୀଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୬

72

କନକ ବ୍ୟୁରୋ : ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ  ପୁରସ୍କାର । ଲେଖିକା ପାରମିତା ଶତପଥୀଙ୍କୁ ଏହି ପୁରସ୍କାର ମିଳିବ । କ୍ଷୁଦ୍ର ଉପନ୍ୟାସ ସଂକଳନ ‘ପ୍ରାପ୍ତି’ ପାଇଁ ପାରମିତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯିବ ।

୧୦ଟି କ୍ଷୁଦ୍ର ଉପନ୍ୟାସକୁ ନେଇ ପାରମିତାଙ୍କ ‘ପ୍ରାପ୍ତି’ ଉପନ୍ୟାସ ବେଶ ପାଠକୀୟ ଆଦୃତି ଲାଭ କରିଛି । ଉପନ୍ୟାସ କ୍ଷେତ୍ରରେ ଦୀର୍ଘଦିନ ପରେ କୌଣସି ଓଡିଆ ଲେଖିକା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ଯାଉଛନ୍ତି । ପାରମିତା ବିଶିଷ୍ଟ କବି ଡକ୍ଟର ପ୍ରତିଭା ଶତପଥୀଙ୍କ ଝିଅ ।

ଦେଖନ୍ତୁ ଏହି ଭିଡିଓ –