ଆଇସିୟୁ ବେଡ଼ରେ ପପୁ ପମପମ୍ ! ପାନକ୍ରିଆସ ସଂକ୍ରମଣ ଯୋଗୁଁ ଗୁରୁତର ଅସୁସ୍ଥ, ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନେବାକୁ ଯୋଜନା

99

କନକ ବ୍ୟୁରୋ : ହାସ୍ୟ ଅଭିନେତା ପପୁ ପମପମ୍ ଗୁରୁତର ଭାବେ ଅସୁସ୍ଥ । ତାଙ୍କ ପାନକ୍ରିଆସରେ ଇନଫେକସନ୍ ଥିବାରୁ ତିନି ଦିନ ହେଲା ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଛନ୍ତି । ଗତ ଦୁଇ ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା । ହେଲେ ଆଜି ତାଙ୍କର ଛାତିରେ ଯନ୍ତ୍ରଣା ବୃଦ୍ଧି ପାଇଥିବା ସୂଚନା ମିଳିଛି । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନେଇଯିବା ପାଇଁ ତାଙ୍କ ସଂପର୍କୀୟମାନେ ଯୋଜନା କରୁଥିବା ଜଣାପଡିଛି । ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି ।
ଏବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତରମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ଡାକ୍ତରଙ୍କ ମତରେ ୯୦ ପ୍ରତିଶତଙ୍କ କ୍ଷେତ୍ରରେ ଅତ୍ୟଧିକ ମଦ ପିଇବା ଯୋଗୁଁ ପାନକ୍ରିଆସ୍ ଏପରି ସଂକ୍ରମଣ ହୋଇଥାଏ । ହାସ୍ୟ ଅଭିନେତା ଭାବେ ପପୁ ପମପମ୍ ସାରା ରାଜ୍ୟରେ ବେଶ ଜଣାଶୁଣା । ପପୁଙ୍କ ଅସୁସ୍ଥ ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ଭାଙ୍ଗି ପଡିଛନ୍ତି ।