ଗାଁ ସରପଞ୍ଚ ଆପଣଙ୍କୁ ଠକୁ ନାହାନ୍ତି ତ ! ଜାଣିରଖନ୍ତୁ ଆପଣଙ୍କ ଗାଁ ପାଇଁ ଗ୍ରାମ ପଞ୍ଚାୟତ ଓ ସରପଞ୍ଚଙ୍କ କାମ କ’ଣ

427

ଗାଁରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରତି ଗ୍ରାମ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଦେଇଥାନ୍ତି । ଏହି ଟଙ୍କାରେ ପେନସନ, ପାଣି, ପରିମଳ ବ୍ୟବସ୍ଥା ହେବା ଆବଶ୍ୟକ । ଗାଁ ସରପଞ୍ଚଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହିସବୁ କାର୍ଯ୍ୟ ହେବା ଆବଶ୍ୟକ । ଗାଁ ଗୁଡ଼ିକ ପାଇଁ ସରକାର ବିଭିନ୍ନ ଯୋଜନା କରିଥାନ୍ତି । କିନ୍ତୁ ଗାଁ ପାଇଁ କେତେ ଟଙ୍କା ଆସିଛି କିମ୍ବା କେଉଁ କାର୍ଯ୍ୟ ପାଇଁ ଆସିଛି ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ । ତେବେ ଗାଁରେ ଅଧିକାଂଶ ଲୋକ ଜାଣିନାହାନ୍ତି ଯେ, ବାସ୍ତବରେ ଗ୍ରାମ ପଞ୍ଚାୟତ ଓ ଗାଁ ସରପଞ୍ଚଙ୍କ କାମ କଣ । ଏପରିକି ସରପଞ୍ଚ ମଧ୍ୟ ନିଜ ପକ୍ଷରୁ ଲୋକମାନଙ୍କୁ ଏ ବିଷୟରେ ଅବଗତ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସାଧାରଣ ଲୋକଙ୍କ ପାଇଁ କେଉଁ କେଉଁ କାର୍ଯ୍ୟ ଗ୍ରାମ ପଞ୍ଚାୟତ କରିବା ଆବଶ୍ୟକ ।

ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବା :
ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଯେତିକି ପକ୍କା ସଡ଼କ ନିର୍ମାଣ ହୋଇଥାଏ, ତାହା ସରପଞ୍ଚଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଇଥାଏ । ସେହିଭଳି ପାଣି ନିଷ୍କାସନ ପାଇଁ ଡ୍ରେନେଜର ବ୍ୟବସ୍ଥା ମଧ୍ୟ ସରପଞ୍ଚ କାର୍ଯ୍ୟ ।

ଗ୍ରାମରେ ପଶୁମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା :
ଦିନକୁ ଦିନ ଗ୍ରାମରେ ପିଇବା ପାଣିର ସମସ୍ୟା ବଢ଼ିବାରେ ଲାଗିଛି । ଏଭଳି କ୍ଷେତ୍ରରେ ପଶୁମାନଙ୍କ ପାଇଁ ଗାଁରେ ପିଇବା ପାଣିର ବ୍ୟବସ୍ଥା କରିବାର ଦାୟିତ୍ୱ ସରପଞ୍ଚର କାର୍ଯ୍ୟ ଭିତରେ ଆସିଥାଏ ।

ପଶୁପାଳନ ପାଇଁ ଉତ୍ସାହିତ କରିବା :
ଗାଁ ଗୁଡ଼ିକରେ ଲୋକମାନେ ମୁଖ୍ୟତଃ ପଶୁପାଳନ ଜରିଆରେ ରୋଜଗାର କରିଥାନ୍ତି । କିନ୍ତୁ ଅଧିକାଂଶ ସମୟରେ ବଜାରରେ କ୍ଷୀର ବିକ୍ରି କରିବାରେ ସସମ୍ୟା ଦେଖାଦେଇଥାଏ । ତେଣୁ ପଞ୍ଚାୟତ ସ୍ତରରେ କ୍ଷୀର ବିକ୍ରି କରିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ । ପଶୁପାଳନ କରିବା ପାଇଁ ବିଭିନ୍ନ ସୂଚନା, ପଶୁମାନଙ୍କର ଟୀକାକରଣ ଭଳି ବ୍ୟବସ୍ଥା ପଞ୍ଚାୟତ ରାଜ ବିଭାଗ ଅଧିନରେ ରହିଛି । ଯାହା ଫଳରେ ସାଧାରଣ ଲୋକ ବିନା କୌଣସି ସମସ୍ୟାରେ ପଶୁପାଳନ କରି ରୋଜଗାର କରିପାରିବ ।

ଜଳସେଚନ ବ୍ୟବସ୍ଥା :
ଚାଷ କ୍ଷେତରେ ଚାଷୀ କରୁଥିବା ଫସଲର ଜଳସେଚନ ପାଇଁ ସରକାର ନଳକୂଅ, ନାଳ ଓ ବୋରିଂର ବ୍ୟବସ୍ଥା କରିଛନ୍ତି । ଏହାର ରକ୍ଷାଣବେକ୍ଷଣର ଦାୟିତ୍ୱ ଗ୍ରାମପଞ୍ଚାୟତର । ଏହାଛଡ଼ା ଗାଁ ଗୁଡିକରେ ଥିବା ନାଳର ସଫେଇ କାର୍ଯ୍ୟ, ନାଳ ନର୍ଦ୍ଦମାରେ ବ୍ଲିଚିଂ ପାଉଡ଼ର ତଥା ଔଷଧ ସିଞ୍ଚନ ଓ ଆଶା ଦିଦି ଟୀକା ଠିକ୍ ସମୟରେ ଦେଉଛନ୍ତି କି ନାହିଁ ତାହାର ତଦାରଖ କରିବା ଦାୟିତ୍ୱ ସରପଞ୍ଚଙ୍କର ।

ଗାଁର ସବୁ ସ୍ଥାନରେ ବିଜୁଳି ବ୍ୟବସ୍ଥା :
ଗାଁର ସାର୍ବଜନିକ ସ୍ଥାନ ଯେପରିକି ମନ୍ଦିର, ମସଜିଦ୍, ଛକ ଭଳି ସ୍ଥାନରେ ବିଜୁଳି ବ୍ୟବସ୍ଥା କରିବା ମଧ୍ୟ ସରପଞ୍ଚଙ୍କ ଦାୟିତ୍ୱ । ସେହିଭଳି ଗାଁର ଶବଦାହ ପାଇଁ ଥିବା ଶ୍ମଶାନର ରକ୍ଷାଣବେକ୍ଷଣ କରିବା ଗ୍ରାମ ପଞ୍ଚାୟତର କାମ ।

ଗାଁର ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ମଝିରେ ମଝିରେ ଘର ଘର ବୁଲି ଶିକ୍ଷାର ମହତ୍ୱ ବୁଝାଇବା ସହ ପିଲାଙ୍କୁ ସ୍କୁଲ ପଠାଇବାକୁ ଅଭିଭାବକ ମାନଙ୍କୁ ବୁଝାଇବା ଗ୍ରାମପଞ୍ଚାୟତର କାର୍ଯ୍ୟ । ସେହିଭଳି ଖେଳ ପଡ଼ିଆ ନିର୍ମାଣ କରିବା ସହ ବିଭିନ୍ନ ଖେଳ ସରଞ୍ଜାମ ଗାଁ ପିଲାମାନଙ୍କୁ ଯୋଗାଇଦେବା ସରପଞ୍ଚଙ୍କର କାମ । ଏହାଛଡ଼ା ମଝିରେ ମଝିରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା କରି ପିଲାମାନଙ୍କୁ ପୋତ୍ସାହିତ କରିବା ଗ୍ରାମ ପଞ୍ଚାୟତର ପ୍ରତିନିଧି କରିବା ଆବଶ୍ୟକ ।

ଗାଁକୁ ସବୁଜମୟ କରିବା ପାଇଁ ରାସ୍ତା କଡ଼ରେ ଓ ସାର୍ବଜନିକ ସ୍ଥାନରେ ବୃକ୍ଷରୋପଣ କରିବା ଓ ଏହାର ରକ୍ଷାଣ ବେକ୍ଷଣ ଦାୟିତ୍ୱ ସରପଞ୍ଚଙ୍କ ମୁଣ୍ଡ ଉପରେ ରହିଥାଏ ।ଏହାଛଡ଼ା ଗ୍ରାମ ପଞ୍ଚାୟତ ଜନ୍ମ ମୃତ୍ୟୁ, ବିବାହର ରେକର୍ଡ ରଖିବା ଆବଶ୍ୟକ । ଯାହାଦ୍ୱାରା ଜନଗଣନା କାର୍ଯ୍ୟ ଆହୁରି ସହଜ ହୋଇପାରିବ । ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ସମୟକ୍ରମେ ପ୍ରଶାସନକୁ ଜଣାଇବା ଦାୟିତ୍ୱ ସରପଞ୍ଚଙ୍କର ରହିଥାଏ ।ମନେରଗା ଯୋଜନା ଅନୁଯାୟୀ, ମତ୍ସ୍ୟ ଚାଷକୁ ପୋତ୍ସାହିତ କରିବା ପାଇଁ ବଡ଼ ବଡ଼ ପୋଖରୀ ଖୋଳିବା ଗ୍ରାମପଞ୍ଚାୟତର କାର୍ଯ୍ୟ ମଧ୍ୟରେ ସାମିଲ କରାଯାଇଛି । ଯଦି କୌଣସି ଗାଁ ପାଶ୍ୱର୍ରେ ନଦୀ ରହିଥାଏ ତେବେ ଏହାର ସଂରକ୍ଷଣ ଏବଂ ମତ୍ସ୍ୟଚାଷ ପାଳନ ଗ୍ରାମପଞ୍ଚାୟତର କାର୍ଯ୍ୟ ମଧ୍ୟରେ ଅର୍ନ୍ତଭୁକ୍ତ କରାଯାଇଛି ।