୫ କଏଦୀଙ୍କୁ ମୁକ୍ତ କଲେ ପଞ୍ଜାବ ସରକାର । ହେଲେ ଏଥର ବି ମିଳିଲାନି ସିଦ୍ଧୁଙ୍କୁ ମୁକ୍ତି

167

କନକ ବ୍ୟୁରୋ: ପଞ୍ଜାବର ମାନ୍ ସରକାର ବିଭିନ୍ନ ଜେଲରୁ ୫ଜଣ କଏଦୀଙ୍କୁ ମୁକ୍ତ କରିଛନ୍ତି । ହେଲେ ଏଥିରେ ନାହିଁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ୍ ସିଦ୍ଧୁଙ୍କ ନାଁ । ତେଣୁ ସିଦ୍ଧୁ ବୋଧହୁଏ ପୁରା ଦଣ୍ଡ ସମୟ ଜେଲରେ କାଟି ମୁକୁଳିବେ । ଏହାକୁ ନେଇ ସରକାରଙ୍କ ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା ।

ଏହା ପୂର୍ବରୁ ମଧ୍ୟ ଅମୃତ ମହୋତ୍ସବ ଯୋଜନା ଅଧିନରେ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ମଧ୍ୟ ଅନେକ କଏଦୀଙ୍କୁ ମୁକ୍ତ କରାଯାଇଥିଲା । ହେଲେ ସେଥିରେ ବି ମୁକୁଳି ପାରିନଥିଲେ ସିଦ୍ଧୁ । ଏଥିରେ ପ୍ରତକ୍ରିୟା ପ୍ରକାଶ କରିବାକୁ ଯାଇ ତାଙ୍କ ସ୍ତ୍ରୀ ନବଜୋତ୍ କୌର ସିଦ୍ଧୁ କହିଥିଲେ ଯେ, ‘ସିଦ୍ଧୁ ହେଉଛନ୍ତି ଭୟଙ୍କର ଜନ୍ତୁ । ତାଙ୍କଠାରୁ ଦୂରେଇ ରୁହ । ସରକାର ବୋଧହୁଏ ସିଦ୍ଧୁଙ୍କୁ ଡରୁଛନ୍ତି । ତେଣୁ ତାଙ୍କ ମୁକ୍ତ କରୁନାହାଁନ୍ତି’ ।