କିଶନଗଙ୍ଗା ଡ୍ୟାମକୁ ନେଇ ପାକିସ୍ତାନକୁ ବଡ ଝଟକା ! ଭାରତ ବିରୋଧରେ କରୁଥିବା ଷଡଯନ୍ତ୍ରର ହେଲା ପର୍ଦ୍ଦାଫାଶ ।

52

କିଶନଗଙ୍କା ହାଇଡ୍ରୋ ପ୍ରୋଜେକ୍ଟ ପ୍ରସଙ୍ଗରେ ପାକିସ୍ତାନକୁ ଲାଗିଛି ବଡ ଝଟକା । କିଶାନଗଙ୍ଗା ଡ୍ୟାମକୁ ନେଇ ପାକିସ୍ତାନ ଦେଇଥିବା ଦଲିଲକୁ ବିଶ୍ୱ ବ୍ୟାଙ୍କ ଖାରଜ କରିଛନ୍ତି । ଯାହାକି ପାକିସ୍ତାନର ଭାରତ ବିରୋଧରେ କରୁଥିବା ବିଶ୍ୱାସଘାତକତାର ପର୍ଦ୍ଦାଫାଶ ହୋଇଛି । ଏବଂ ଏହି ଡ୍ୟାମ ପ୍ରସଙ୍ଗରେ ହସ୍ତକ୍ଷେପ ନକରି ଏହି ପ୍ରୋଜେକ୍ଟ ଠାରୁ ଦୁରେଇ ରହିବା ପାଇଁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ବିଶ୍ୱ ବ୍ୟାଙ୍କ । ଗତ ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିଶନଗଙ୍ଗା ପ୍ରୋଜେକ୍ଟର ଉଦଘାଟନ କରିଥିଲେ । ଯାହାକୁ ନେଇ ପାକିସ୍ତାନ ପ୍ରୋଜେକ୍ଟ ଆରମ୍ଭରୁ ହିଁ ଆପତ୍ତି କରି ଆସୁଥିଲା । ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଏହି ମେଗା ପ୍ରୋଜେକ୍ଟ ଶେଷରେ କାର୍ଯ୍ୟକ୍ଷମ କରିବା ପରେ ପାକିସ୍ତାନ ତା’ର କୁଟ ନୀତି ଆରମ୍ଭ କରିଥିଲା ।

କିଶନଗଙ୍ଗାକୁ ନେଇ ପାକିସ୍ତାନ ବିଶ୍ୱ ବ୍ୟାଙ୍କ ନିକଟରେ ଭାରତ ବିରୋଧରେ ଅନେକ ପ୍ରକାରର ଦଲିଲ ରଖିଥିଲା । କିନ୍ତୁ ବିଶ୍ୱ ବ୍ୟାଙ୍କ ପାକିସ୍ତାନର ଏହି ଦଲିଲକୁ ନାକଚ କରିଛନ୍ତି । ବିଶେଷ କରି ପାକିସ୍ତାନ ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ଭାରତ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ବିଶ୍ୱ ବ୍ୟାଙ୍କକୁ ଏକ ଦଲିଲ ଦାଖଲ କରିଥିଲା ପାକିସ୍ତାନ । ଏବଂ ଏହି ପ୍ରୋଜେକ୍ଟକୁ ବିଶ୍ୱ ବ୍ୟାଙ୍କ ତାଙ୍କ ତଦାରଖରେ ରଖି ଗ୍ୟାରେଣ୍ଟର ଭାବେ କାର୍ଯ୍ୟର୍ ତୁଲାନ୍ତୁ ବୋଲି ଅନୁରୋଧ କରିଥିଲା ପାକିସ୍ତାନ । କିନ୍ତୁ ଏହି ପ୍ରସ୍ତାବ ଊପରେ ଭାରତ ଓ ବିଶ୍ୱ ବ୍ୟାଙ୍କ ମଧ୍ୟ ସହମତି ଦେଖାଇ ନଥିଲେ ।

୩୩୦ ମେଗାୱାଟ କ୍ଷମତା ବିଶିଷ୍ଟ ଏହି କିଶନଗଙ୍ଗା ପ୍ରୋଜେକ୍ଟ ନିୟନ୍ତ୍ରଣ ରେଖା ଠାରୁ ୧୦ କିଲୋମିଟର ଦୂରତାରେ ଅବସ୍ଥିତ ଅଛି । କିଶନଗଙ୍ଗା ପ୍ରୋଜେକ୍ଟ ଭାରତ ପାଇଁ କେବଳ ଏକ ଡ୍ୟାମ ନୁହେଁ ବରଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁରକ୍ଷା ସୀମା ଭଳି କାର୍ଯ୍ୟକରିବ । କିନ୍ତୁ ପାକିସ୍ତାନ ଉପରେ ବିଶ୍ୱାସ କରିବା କାଳ୍ପନିକ କଥା କାରଣ କେଉଁ ମୂହୂର୍ତ୍ତରେ ଏହି ଡ୍ୟାମ ଉପରେ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ବିଭାଗ ପୂର୍ବାନୁମାନ କରିଛି । ତେଣୁ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ ଭାରତ ଯଦି ଏଭଳି ସମ୍ବେଦନଶୀଳ ସ୍ଥାନରେ ଡ୍ୟାମ ନିର୍ମାଣ କରିଛନ୍ତି ତେବେ ଏହାକୁ ସୁରକ୍ଷା ଦେବା ସେନା ବାହିନୀଙ୍କ ଦାୟିତ୍ୱ ।