ହିରୋସୀମା ପରମାଣୁ ବମ ଠାରୁ ୮୦ ହଜାର ଗୁଣ ଅଧିକ କ୍ଷୟକ୍ଷତି କରିପାରେ କ୍ଷୁଦ୍ରଗ୍ରହ ବେନୁ । ଆକାଶପଥରେ ନଷ୍ଟ କରିବାକୁ ନାସା ଚଳାଇଛି ଯୋଜନା

355

ପୃଥିବୀ ଆଡକୁ ଧୀର ଗତିରେ ଆସୁଥିବା କ୍ଷୁଦ୍ରଗ୍ରହ ‘ବେନୁ’ର ପରିକ୍ରମା କରୁଥିବା ନାସାର ସ୍ପେଶକ୍ରାଫ୍ଟ OSIRSrex ଏହି ସପ୍ତାହରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଫଟୋ ପଠାଇଛି । ଯେଉଁଥିରେ ଏହି କ୍ଷୁଦ୍ରଗ୍ରହ ଠାରୁ ପୃଥିବୀ ଓ ଚନ୍ଦ୍ର ଗୋଟିଏ ସମାନ୍ତରଳରେ ଥିବା ଭଳି ଦେଖାଯାଉଛି । ଯାହାକୁ ନେଇ ନାସା ପକ୍ଷରୁ ଚେତବନୀ ଦେଇ କୁହାଯାଇଛି ଯେ, ଯଦି ପୃଥିବୀ ସହ ଏହି କ୍ଷୁଦ୍ର ଗ୍ରହ ଧକ୍କା ଖାଏ ତେବେ ହିରୋସୀମାରେ ପଡିଥିବା ପରମାଣୁ ବୋମା ତୁଳନାରେ ଏହା ୮୦ ହଜାର ଗୁଣ ଅଧିକ କ୍ଷତିକ୍ଷତି କରିବ ।

୫୦୦ ଫୁଟ ଲମ୍ବା ଓ ୮.୭ କୋଟି ଟନ ଓଜନ ବିଶିଷ୍ଟ କ୍ଷୁଦ୍ରଗ୍ରହ ବେନୁ ଏମ୍ପାୟାର ଷ୍ଟେଟ ବିଲ୍ଡିଂ ଠାରୁ ମଧ୍ୟ ଅଧିକ ଲମ୍ବା । ଟାଇଟନିକ ଜାହଜ ତୁଳନାରେ ଏହା ୧୬୬୪ ଗୁଣା ଅଧିକ ଭାରି । ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ, ଯଦି ପୃଥିବୀ ସହ ଏହାର ଧକ୍କା ହୁଏ ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡିବ । ତେବେ ରିପୋର୍ଟରେ କୁହାଯାଇଛି ଏହି କ୍ଷୁଦ୍ରଗ୍ରହର ପୃଥିବୀ ସହ ଧକ୍କା ହେବାର ଆଶଙ୍କା ୨୭୦୦ ଥରରୁ ମାତ୍ର ଥରେ ରହିଛି ।

ଏହି କ୍ଷୁଦ୍ରଗ୍ରହରୁ ମନୁଷ୍ୟର ଉତ୍ପତି ପଛର ରହସ୍ୟ ଖୋଲିବାରେ ସାହାଯ୍ୟ କରିବ ବୋଲି ବୈଜ୍ଞାନିକ ମାନେ ଆଶା କରିଛନ୍ତି । ତେବେ ଏହି କ୍ଷୁଦ୍ରଗ୍ରହକୁ ନ୍ୟୁକ୍ଲିୟର ବମ ଦ୍ୱାରା ନିଶ୍ଚିହ୍ନ କରିବାକୁ ଯୋଜନା କରାଯାଉଛି । ନାସା ହାମର ନାମକ ଏକ ସ୍ପେଶକ୍ରାଫ୍ଟ ପ୍ରସ୍ତୁତ କରୁଛି ଯାହାଦ୍ୱାରା ପୃଥିବୀ ସହ ଏହି କ୍ଷୁଦ୍ରଗ୍ରହର ଧକ୍କା ହେବାର ଆଶଙ୍କା ଦେଖା ଦେଲେ ଏଥିରେ ନ୍ୟୁକ୍ଲିୟର ବମ ନିଆଯାଇପାରିବ । ନାସାର ଏହି OSIRSrex ସ୍ପେଶକ୍ରାଫ୍ଟ ଏବେ କ୍ଷୁଦ୍ରଗ୍ରହର ଯାଞ୍ଚ କରୁଛି । ଏହାର ଚତୁଃପାଶ୍ୱର୍ରେ ବୁଲିବା ସହ ପୃଥିବୀକୁ ଏହି ଗ୍ରଫ ବାବଦରେ ଟିକିନିକି ତଥ୍ୟ ପଠାଉଛି ଏହି ସ୍ପେଶକ୍ରାଫ୍ଟ । ୨୦୨୦ ସୁଦ୍ଧା ଏହି ସ୍ପେଶକ୍ରାଫ୍ଟ କ୍ଷୁଦ୍ରଗ୍ରହରେ ପହଞ୍ଚିବା ପରେ ସେଠାରୁ ନମୁନା ନେଇ ପୃଥିବୀ ପୃଷ୍ଠକୁ ପୁଣିଥରେ ଫେରିଆସିବ ।