ଡ୍ରଗ୍ସଠାରୁ ମଧ୍ୟ ଅଧିକ କ୍ଷତିକାରକ ସ୍ମାର୍ଟଫୋନ୍ ! ମାତ୍ର ଏକ ଘଂଟା ଅଲଗା ରହିଲେ ଦୂର ହେବ ବିଷାଦ

401

ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୧୭/୧୮ ଘଣ୍ଟା ସ୍ମାର୍ଟଫୋନ କିମ୍ବା ମୋବାଇଲ ଫୋନ ଆମ ପାଖେପାଖେ ଅର୍ଥାତ୍ ଆମ ହାତରେ, ପକେଟରେ ବା ତକିଆ ପାଖରେ ରହୁଛି । ପ୍ରତିଦିନ ଅଧିକ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କଲେ କ’ଣ କ’ଣ ଅସୁବିଧା ହୁଏ ବା ଭିବଷ୍ୟତରେ ହେବ ସେକଥା ବିଷୟରେ ମଧ୍ୟ ଅବଗତ ଥିବେ । ତଥାପି ଲୋକେ ନଛୋଡ଼ବନ୍ଧା । ବ୍ୟକ୍ତିର ଆଖି ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର । ସ୍ମାର୍ଟଫୋନର ବ୍ୟବହାର ଦ୍ୱାରା ଶରୀରର ମେଲାଟୋନିନ୍ ହର୍ମୋନ୍ ଲେବଲ୍ କମ୍ ହେବ ସହ ଅନିଦ୍ରା ଜନିତ ସମସ୍ୟାକୁ ଉପୁଜାଇଥାଏ ।

ଏବେ ଯେତେ ସୋସିଆଲ୍ ମିଡିଆର ଚାହିଦା ବଢୁଛି,ଲୋକଙ୍କ ନଜର ବାସ୍ତବିକ ସମାଜ ଉପରୁ ହଟି ମୋବାଇଲ୍ ଭିତରେ ଅଟକି ଯାଇଛି । ଏକ ସର୍ଭେରୁ ଜଣା ପଡିଛି ଯେ ଯୁବଗୋଷ୍ଠୀ ଅଧିକ ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବାରେ ଅପଚୟ କରନ୍ତି । ଆପଣ ଯେତେ ଅଧିକ ଫୋନକୁ ଦେଖିବାରେ ବ୍ୟସ୍ତ ରହିବେ ଏହି ରୋଗ ସେତେ ବଢିବାର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ ମତ ଅନୁସାରେ ବର୍ତ୍ତମାନ ମୋବାଇଲ ଲୋକଙ୍କ ପାଇଁ ସାଇଲେଂଟ କିଲର ସାଜିଛି । ପ୍ରକୃତ କଥା ହେଲା ଫୋନ ରେଡ଼ିଏସନକ ବହୁତ ଭୟଙ୍କର ହୋଇଥାଏ । ଏହି ରେଡ଼ିଏସନ ୟୁଜରଙ୍କ ମସ୍ତିସ୍କରେ ବହୁତ ପ୍ରଭାବ ପକାଇଥାଏ ।

ଗତ ମାସରେ ଆପଲ୍ ଲଂଚ କରିଛି ସ୍କ୍ରିନ୍ ଟାଇମ୍ ଫିଚର । ଏହି ଯନ୍ତ୍ରକୁ ବ୍ୟବହାର କଲେ ଆପଣ ଜାଣିପାରିବେ, ଦିନରେ କେତେ ସମୟ ଆପଣ ଫୋନ୍ ସହ ବିତାଉଛନ୍ତି । ଅଫିସର କମ୍ପ୍ୟୁଟର, ଫୋନ୍, ଟାବଲେଟ୍,ରେ ନିଜର ସ୍କ୍ରିନ୍ ଟାଇମିିଂ ଚେକ୍ କଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ମାତ୍ର ଘଂଟାଏ ବି ଯଦି ସ୍ମାର୍ଟଫୋନ୍ ଠାରୁ ଦୂରେଇ ରହିବେ, ଆପଣଙ୍କ ଟେନସନ୍ ଦୂର ହୋଇଯିବ ।