କନକ ବ୍ୟୁରୋ : ଆଗକୁ ଆସୁଛି ଭାଲେନଟାଇନ ଡେ । ପ୍ରେମୀ ଯୁଗଳ ଏହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏବେ ସାଇବର ଠକ ଏମାନଙ୍କୁ ଟାର୍ଗେଟ କରି ଖେଳୁଛନ୍ତି ଠକେଇର ନୂଆ ଚାଲ । ଭାଲେନଟାଇନ ଡେ ପାଳନ ନାଁରେ ବିଭିନ୍ନ ଗିଫ୍ଟର ଅଫର ଦେଇ ଆକାଉଂଟ ଖାଲି କରୁୁଛନ୍ତି ସାଇବର ଲୁଟେରା । ପ୍ରଥମେ ଆପଣଙ୍କୁ ମୋବାଇଲକୁ ହ୍ୱାଟସଅପରେ ଆସିବ ଏକ ଲିଙ୍କ । ଇଏ ହେଉଛି ସେହି ଲିଙ୍କ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଲିଙ୍କକୁ ଓପନ କରିବା ମାତ୍ରେ ଆପଣ ପୁରୁଷ କି ନାରୀ ଏବଂ ବୟସ କେତେ, ସେହି ପ୍ରଶ୍ନର ଉତର ଦେବାକୁ ହେବ । ତାପରେ କିଛି ସହଜ ପ୍ରଶ୍ନର ଉତର ଦେବାକୁ ପଡିବ ଆପଣଙ୍କୁ । ଉତର ଦେବା ପରେ ଏକ ଆପ୍କୁ ମୋବାଇଲରେ ଇନଷ୍ଟଲ କରିବା ପାଇଁ ନିର୍ଦ୍ଦେଶ ଆସିବ । ଏହି ଆପ ଇନଷ୍ଟଲ କରିବା ମାତ୍ରେ ସାଇବର ଲୁଟେରା ହାତକୁ ଚାଲିଯିବ ଆପଣଙ୍କ ଫୋନର ଅପରେସନ । ଆଉ କିଛି ସମୟ ମଧ୍ୟରେ ଖାଲି ହୋଇଯିବ ଆପଣଙ୍କ ଆକାଉଂଟ ।
ୱେବସାଇଟରେ ଆସୁଥିବା ପ୍ରଶ୍ନର ଉତର ଦେବା ପରେ ଆପଣ ବିଜୟୀ ବୋଲି ଏକ ମେସେଜ ଆସିବ । ଏବଂ ଉପହାର ଘୋଷଣା ହେବ । ଏହା ଭିତରେ ରହିଛି ତାଜ ଏକ୍ସପେରିଏନ୍ସ ଗିଫ୍ଟ କାର୍ଡ । ଅର୍ଥାତ ଆପଣଙ୍କୁ ତାଜ ହୋଟେଲରେ ୭ଦିନ ମାଗଣାରେ ରହିବାର ସୁଯୋଗ ମିଳିବ । ଏହି ଲିଙ୍କକୁ ଓପନ କଲେ ଆଧାର କାର୍ଡ ଏବଂ ପାନ କାର୍ଡ ଭଳି ବ୍ୟକ୍ତିଗତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଆସୁଛି । ଖାଲି ସେତିକି ନୁହେଁ ଏମଆଇ ଭଳି ଦାମିକିଆ ଫୋନ ପାଇବାର ମେସେଜ ମଧ୍ୟ ଆସିବ । କିନ୍ତୁ ଏସବୁ ଲୋଭନୀୟ ଗିଫ୍ଟ ପଛରେ ଉଦ୍ଦେଶ୍ୟ ହେଲା, ଆପଣଙ୍କ ଆକାଉଂଟ ଖାଲି କରିବା ।
ତେବେ ଏନେଇ ସତର୍କ କରାଇଛି ତାଜ ହୋଟେଲ । ତାଜ ହୋଟେଲ ତରଫରୁ ଟୁଇଟ କରି କୁହାଯାଇଛି, ଭାଲେନଟାଇନ ଡେ ଉପଲକ୍ଷେ ତାଜ ହୋଟେଲ ତରଫରୁ ଏପରି ଅଫର ଦିଆଯାଉନାହିଁ । ଏପରି ଲିଙ୍କକୁ ଜନସାଧାରଣ ବିଶ୍ୱାସକୁ ନିଅନ୍ତୁ ନାହିଁ ।
ବଡ କଥା ହେଲା ତାଜ ହୋଟେଲ କଥା ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ ଏନେଇ ସଚେତନ କରିବା ପରେ, ଟାଟା ଗ୍ରୁପର ଲୋଗ ଲଗାଇ ସାଇବର ଲୁଟେରା ପ୍ରସ୍ତୁତ କରିଛନ୍ତି ଆଉ ଏକ ଲିଙ୍କ । ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ତେଣୁ ଯଦି ଆପଣଙ୍କ ପାଖକୁ ଏପରି କିଛି ଲିଙ୍କ ଆସୁଛି, ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ, ସାଇବର ଥାନାରେ ତୁରନ୍ତ ଜଣାନ୍ତୁା ନଚେତ ଆପଣ ହେବେ ସାଇବର ଲୁଟେରାର ପରବର୍ତି ଶିକାର ।