ପିଆଜ ଖାଇବା ଛାଡୁଛନ୍ତି ଲୋକେ : କଟକ ଛତ୍ରବଜାରରେ କେଜି ଛୁଇଁଲା ୧୫୦, ମାଲକାନଗିରିରେ ସବୁଠୁ କମ୍ ୭୫ ଟଙ୍କାରେ ମିଳୁଛି ପିଆଜ
କନକ ବ୍ୟୁରୋ : ହାଣ୍ଡିଶାଳରୁ ହଜିଲାଣି ପିଆଜ । ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । କଟକ ଛତ୍ରବଜାରରେ ୧୫୦ ଟଙ୍କା ଛୁଇଁଲା କିଲୋ ପିଛା ପିଆଜ ଦର । ପିଆଜ କିଲୋ ଗତକାଲି ସକାଳେ ୧୨୦ ଟଙ୍କା ଥିବାବେଳେ ଆଜି ୧୫୦ରେ ପହଁଚି ଯାଇଛି । ଫଳରେ ଏବେ ପିଆଜକୁ ଦେଖିଲେ ଛୁଇଁବାକୁ ଡର ଲାଗୁଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପିଆଜ ଦର କେଉଁଠି କେତେ ?
କଟକ ଛତ୍ରବଜାରରେ – ୧୫୦
ନବରଙ୍ଗପୁର, ନୂଆପଡ଼ା, ଆନନ୍ଦପୁର, ବ୍ରହ୍ମପୁର – ୧୦୦
ଭୁବନେଶ୍ୱର – ୧୩୦
ପିପିଲି – ୧୨୦
ସମ୍ବଲପୁର ,ବାଲେଶ୍ୱର – ୧୨୦
ବାଙ୍କୀ – ୧୧୦
ଗ୍ରାହକମାନେ କିଲେ ନେବା ଯାଗାରେ ଅଢେଇ ଶହ ଗ୍ରାମ କିମ୍ବା ତାଠାରୁ କମ ପିଆଜ କିଣୁଛନ୍ତି । ପିଆଜର ଏହି ଅହେତୁକ ଦରବୃଦ୍ଧି ଗତ କିଛି ଦିନ ଧରି ଲାଗି ରହିଛି । ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଥିବାରୁ ଏହା ସବୁ ବର୍ଗରୁ ଲୋକଙ୍କ ପକେଟ ଉପରେ ମାଡ କରିିଛି । ତେବେ ମାଲକାନଗିରିରେ ସର୍ବନିମ୍ନ ପିଆଜ କେଜି ପିଛା ଦର ୭୫ ଟଙ୍କା ରହିଛି । ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଧା ପରିସ୍ଥିତିରେ ସୁଧାର ଆସିପାରେ ।