କେଉଁ ଦିନ ପାଳନ କରାଯିବ ମକର ସଂକ୍ରାନ୍ତି ? ଜାଣନ୍ତୁ ସ୍ନାନ ଏବଂ ଦାନର ମହତ୍ୱ

251

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ, ଯାହା ଆମର ଭୌତିକ ଜୀବନରେ ନୂତନତ୍ୱ ଆଣି ଦେଇଥାଏ। ଆମ ଭିତରେ ଶୁଭତ୍ୱ ଓ ନବଜୀବନ ବୋଧ ଭରିଥାଏ । ଯାହାକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର‌୍ୟ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ । ଏବର୍ଷ ୧୪ ଜାନୁୟାରୀରେ ମକର ସଂକ୍ରାନ୍ତି ପାଳନ କରାଯିବ ।

ଏବର୍ଷ ମକର ସଂକ୍ରାନ୍ତି ପୈାଷ ମାସ ଶୁକ୍ଲପକ୍ଷ ନବମୀ ତିିଥବରେ ପଡିବ । ୧୪ ତାରିଖ ରାତି ୨ଟା ୧୦ ମିନିଟରେ ସୂର୍ଯ୍ୟ ମକରରେ ପ୍ରବେଶ କରିବେ । ୧୫ ଜାନୁୟାରୀକୁ ଉଦୟ ତିଥି ପଡିବା କାରଣରୁ ମକର ସଂକ୍ରାନ୍ତି ୧୫ ତାରିଖରେ ପାଳନ କରିବା ଉଚିତ୍ । ମକର ସଂକ୍ରାନ୍ତିର ପୂଣ୍ୟକାଳ ୧୫ ଜାନୁୟାରୀ ପ୍ରାତଃକାଳରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରହିବ । ପୁରା ଦିନ ପର୍ବର ଶୁଭ ମୁହୂର୍ତ୍ତ ଅଛି ।

ସ୍ନାନ ଏବଂ ଦାନର ମହତ୍ୱ : ମକର ସଂକ୍ରାନ୍ତିରେ କାଠ, ରାଶି, ଅନ୍ନ, ଚାଉଳ, ଘିଅ, ଗୁଡ, ଲୁଣ, କମ୍ବଳ, ଊଲ ବସ୍ତ୍ର ଦାନ କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଗଙ୍ଗା ସାଗରରେ ସ୍ନାନର ବିଶେଷତ୍ୱର ମହତ୍ୱ ଅଛି । କାଶୀର ଦଶାଶ୍ୱମେଧ ଘାଟ ଓ ପ୍ରୟାଗରାଜରେ ସଙ୍ଗମ ସ୍ନାନ ଦ୍ୱାରା ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଉତ୍ତରାୟଣ ହେବେ ଓ ଶିଶିର ଋତୁ ପ୍ରାରମ୍ଭ ହେବ ।