କାଳିଆ ଯୋଜନାର ଫର୍ମ ବିକ୍ରି ନେଇ ବାଲେଶ୍ୱରରେ ଭାଇରାଲ ହେଲା ଭିଡିଓ । ପଂଚାୟତ ଅଫିସ ଆଗରେ ୫୦ଟଙ୍କାରେ ବିକ୍ରି ହେଉଛି ଫର୍ମ
କାଳିଆ ଯୋଜନାର ଫର୍ମ ବିକ୍ରି ନେଇ ବାଲେଶ୍ୱରରେ ଭାଇରାଲ ହେଲା ଭିଡିଓ
କନକ ବ୍ୟୁରୋ : କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିବା ପରେ ଗାଁ ଗାଁରେ ଏହି ଫର୍ମ ପାଇବା ପାଇଁ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ତେବେ ବାଲେଶ୍ୱରରେ କାଳିଆ ଯୋଜନାର ଫର୍ମ ବିକ୍ରି ନେଇ ଏକ ଭିଡିଓ ଭାଇରାଲ ହୋଇଛି । ବାଲେଶ୍ୱର ଖଇରା ବ୍ଲକ ମାଖନପୁର ପଂଚାୟତରୁ ଏହି ଭିଡିଓଟି । ଏହି ଭିଡିଓରେ ପଂଚାୟତ କାର୍ଯ୍ୟାଳୟ ଆଗରେ କିଭଳି ଜଣେ ବ୍ୟକ୍ତି ଫର୍ମ ବିକ୍ରିି କରୁଛନ୍ତି ତାହା ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଇକ ଡିକିରୁ ବ୍ୟକ୍ତି ଜଣକ କାଳିଆ ଯୋଜନା ଫର୍ମ କାଢି ଅସହାୟ ବୃଦ୍ଧ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରି ଫର୍ମ ବିକ୍ରି କରୁଛନ୍ତି ।ଏପରିକି ପ୍ରତି ଫର୍ମ ପିଛା ୫୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି । ତେବେ ଏପରି ଘଟଣା ସମ୍ପର୍କରେ ଜଣାପଡିବା ପରେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।