ହିଂସା ବଢାଇବା ପାଇଁ ସହିଦଙ୍କ ମିଛ ଫଟୋ ଏବଂ ପୁଲୱାମା ବିସ୍ଫୋରଣର ସିସିଟିଭି ଭିଡିଓ ହେଉଛି ଭାଇରାଲ୍ ! ସତର୍କ କଲା ସିଆରପିଏଫ୍ ।

216

ପୁଲୱାମା ସିଆରପିଏଫ୍ ଆତ୍ମଘାତୀ ଆକ୍ରମଣରେ ଭାରତର ୪୦ ଯବାନ ସହିଦ୍ ହୋଇଗଲେ । ଏହି ଘଟଣା ପରେ ଗୋଟିଏ ପଟେ ଯେଉଁଠି ବହୁତ ଲୋକ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢାଉଛନ୍ତି । ଅନ୍ୟ ପଟେ କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ ଯବାନଙ୍କ ବଳିଦାନର ଫଟୋକୁ ଲୋକଙ୍କ ମଧ୍ୟରେ ହିଂସା ଭାବନା ଜାଗ୍ରତ କରାଇବା ଭଳି କାମ କରୁଛନ୍ତି । ଏଭଳି ଲୋକଙ୍କ ଠାରୁ ବଂଚିବା ପାଇଁ ସିଆରପିଏଫ୍ ତରଫରୁ ପରାମର୍ଶ ଦିଆଯାଇଛି ।

ସିଆରପିଏଫ୍ ଏହି ପରାମର୍ଶ ଜାରୀ କରି କହିଛନ୍ତି , ଆମେ ଦେଖୁଛୁ ଯେ କିଛି ଲୋକ ସହିଦ୍ ଯବାନଙ୍କ ଶରୀରର କିଛି ଅଂଶର ମିଛ ଖବରକୁ ବ୍ୟବହାର କରି ହିଂସାଭାବନା ଜାଗ୍ରତ କରିବାକୁ ଚାହୁଁଛନ୍ତି । ଆମ ସମସ୍ତଙ୍କୁ ଏହି ଗମ୍ଭୀର ପରିସ୍ଥିିତିରେ ଏକତ୍ର ହୋଇ ରହିବାକୁ ପଡିବ । ଆପଣ ଏଭଳି ହିଂସାଭାବକୁ ପ୍ରସାରିତ କରୁଥିବା ଭଳି କିଛି ବି ପୋଷ୍ଟକୁ ସେୟାର୍ କରନ୍ତୁ ନାହିଁ । webpro@crpf.gov.in ଆପ୍ ରେ ଆପଣ ଏଭଳି ଫଟୋ କିମ୍ବା ପୋଷ୍ଟ୍ ଉପରେ ଅଭିଯୋଗ କରିପାରିବେ । ଭାରତ ସରକାରର ଗୃହ ମନ୍ତ୍ରାଳୟ ତରଫରୁ ମଧ୍ୟ ଏଥିପାଇଁ ରିପୋର୍ଟ ଜାରୀ କରାଯାଇଛି । ଗୃହ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି ସାଧାରଣ ଲୋକମାନେ ସହିଦଙ୍କ ପରିବାରକୁ ଆର୍ଥୀକ ସ୍ତରରେ ସାହାଯ୍ୟ କରିବା ପାଇଁ ୱେବସାଇଟ୍ bharatkeveer.gov.in ରେ କରିପାରିବେ ।

ଏହି କିଛିଦିନ ତଳେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ପୁଲୱାମା ଆକ୍ରମଣରେ ହେଉଥିବା କଥା କୁହାଯାଉଥିଲା । ଏହି ସିସିଟିଭି ଭିଡିଓରେ ଏକ ବଡ ଧରଣର ବିସ୍ଫୋରଣ ହେଉଥିବା କଥା ଦେଖାଦେଉଛି କିନ୍ତୁ ବାସ୍ତବରେ ଏହି ଘଟଣାଟି ୧୨ ବର୍ଷ ତଳର ଯାହା ବାଗଦାତରେ ଘଟିଥିଲା । ଏହି ଭିଡିଓକୁଚ ରାଜସ୍ଥାନୀ ମିଡିଆ ନାମକ ଏକ ସାଇଟ୍ ପୋଷ୍ଟ କରିଥିଲା ।