ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦୂତୀ, ବୀରେନ୍ଦ୍ରଙ୍କ ନାଁ ସୁପାରିଶ । ଜାଣନ୍ତୁ କେଉଁ ପୁରସ୍କାର ପାଇଁ କେଉଁ ଖେଳାଳିଙ୍କ ନାଁ ସୁପାରିଶ କଲା କ୍ରୀଡା ବିଭାଗ ।

97

କନକ ବ୍ୟୁରୋ :  ବର୍ଷ ୨୦୨୧ ପାଇଁ ଦିଆଯିବାକୁ ଥିବା ଜାତୀୟସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୩ ଜଣ ପ୍ରତିଭାଙ୍କ ନାମକୁ ସୁପାରିସ କରାଯାଇଛି । କ୍ରୀଡ଼ା ବିଭାଗ ଓଡ଼ିଆ ଆଥଲେଟ ତଥା ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ କୋଚ କାଳୁଙ୍କ ନାଁ କ୍ରୀଡ଼ା ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟକୁ ସୁପାରିସ କରିଛି ।

ସୂଚନା ଅନୁସାରେ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ସେହିପରି ଲୋକପ୍ରିୟ ହକି କୋଚ ଦ୍ରୋଣାଚାର୍ୟ୍ୟ ପୁରସ୍କାର ପାଇଁ କାଳୁ ଚରଣ ଚୌଧୁରୀଙ୍କ ନାମ ସୁପାରିସ ହୋଇଥିବା ଜଣାଯାଇଛି । ସେହିପରି କିଟ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ମାଇନିଂ କର୍ପୋରେସନକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଦିଆଯିବା ପାଇଁ ସୁପାରିସ କରାଯାଇଛି ।