ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ମିଳିଲାନି ଗାଡ଼ି : ୨୮ କିଲୋମିଟର ବାଟ ଚାଲି ଚାଲି କନିଆଁ ଘରକୁ ଗଲେ ବର

770

କନକ ବ୍ୟୁରୋ : ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଗାଡ଼ି ମିଳିଲାନି ଫଳରେ ଚାଲି ଚାଲି ଗଲା ବର । ଡ୍ରାଇଭର ଆନ୍ଦୋଳନର ପ୍ରଭାବର ଏପରି ଏକ ଚିତ୍ର ରାୟଗଡ଼ କଲ୍ୟାଣସିଂହପୁରରୁ ସାମ୍ନାକୁ ଆସିଛି । ବିବାହ ପାଇଁ ୪ଟି ଗାଡି ଭଡା କରିଥିଲେ ବରପକ୍ଷ କିନ୍ତୁ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଗୋଟିଏ ହେଲେ ଗାଡ଼ି ଆସିନଥିଲା । ଫଳରେ ଅନ୍ୟ କୌଣସି ବାଟ ନପାଇ ୨୮କିଲୋମିଟର ବାଟ ଚାଲି ଚାଲି ଆସି କନିଆଁ ଘରେ ପହଞ୍ଚିଛନ୍ତି ବରଯାତ୍ରୀ ।

କଲ୍ୟାଣସିଂହପୁର ବ୍ଲକର ପଡ଼ିଆ ଗାଁରୁ ଗତକାଲି ସନ୍ଧ୍ୟାରେ ବରଯାତ୍ରୀ ଚାଲି ଚାଲି ବାହାରିଥିଲେ, ଏବଂ ରାତି ୩ଟାରେ ପୁଜାରିଗୁଡା ପଞ୍ଚାୟତ ଦିବଳିପାଡୁ ଗାଁରେ ଥିବା କନିଆଁ ଘରେ ପହଞ୍ଚିଥିଲେ । ଡ୍ରାଇଭର ଆନ୍ଦୋଳନ ଯୋଗୁଁ ରାୟଗଡ଼ା କଲ୍ୟାସଣସିଂହପୁର ଅଞ୍ଚଳରେ କୌଣସି ଗାଡିମୋଟର ଚଳାଚଳ କରୁନାହିଁ । ଫଳରେ ୨୮କିଲୋମିଟର ବାଟ ଚାଲି ଚାଲି ଆସି କନିଆଁ ଘରେ ପହଞ୍ଚିଛନ୍ତି ବରପକ୍ଷ ।