ଏଚ୩ଏନ୨ : ସଚେତନ କରାଇଲେ ରାଜ୍ୟ ସରକାର; ଭୟଭୀତ ନହେବା ଓ ଗୁଜବକୁ ଗୁରୁତ୍ୱ ନଦେବାକୁ ପରାମର୍ଶ

168

କନକ ବ୍ୟୁରୋ : ଏଚ୍୩ଏନ୍୨ ନେଇ ସତର୍କ କରାଇଛନ୍ତି ରାଜ୍ୟ ସରକାର । ଖବର କାଗଜରେ ବିଜ୍ଞାପନ ଦେଇ ସତର୍କ କରାଇବା ସହ ଭୟଭୀତ ନହେବାକୁ ଓ ଗୁଜବକୁ ଗୁରୁତ୍ୱ ନଦେବାକୁ ପରାମର୍ଶ ଦିଆଯାଇଛି । ଅନ୍ୟାନ୍ୟ ଭୂତାଣୁ ଜନିତ ଫ୍ଲୁ ଭଳି ଏହା ଏକ ଫ୍ଲୁ ବୋଲି କୁହାଯାଇଛି । ଏଥିପାଇଁ ଅଯଥା ଭୟଭୀତ ନହୋଇ ଗୁଜବ ଉପରେ ଧ୍ୟାନ ନଦେବାକୁ ପରାମର୍ଶ ଦିଆଯାଇଛି ।

ଜ୍ୱର, କାଶ ହେବା ସହ ଅଣନିଶ୍ୱାସୀ ଲାଗିବା ଏହାର ଲକ୍ଷଣ ଏବଂ କିଛି କ୍ଷେତ୍ରରେ ନିମୋନିଆ ମଧ୍ୟ ହୋଇପାରେ । କୋଭିଡ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି । ଏବଂ ନିଜ ମନରୁ ଔଷଧ କିଣି ଖାଆନ୍ତୁ ନାହିଁ ବୋଲି ବିଜ୍ଞାପନରେ ସଚେତନ କରାଇଛନ୍ତି ରାଜ୍ୟ ସରକାର ।