ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା: ନୂଆପଡା ବୋଡେନରୁ ୫ଶିକ୍ଷକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଗତକାଲି ଭାଇରାଲ ହୋଇଥିଲା ମାଟ୍ରିକ ପରୀକ୍ଷାର ମାତୃଭାଷା କୋଶ୍ଚିନ

312

କନକ ବ୍ୟୁରୋ: ନୂଆପଡାରେ ମାଟ୍ରିକ ପ୍ରଶ୍ନପିତ୍ର ଭାଇରାଲ ହେବା ଘଟଣାରେ ୫ଜଣ ଶିକ୍ଷକ ଗିରଫ  । ପ୍ରଶ୍ନପତ୍ର ଭାଇରାଲ କରିବା ଘଟଣାରେ ସମ୍ପୃକ୍ତ ୫ଜଣ ଶିକ୍ଷକଙ୍କୁ ନୂଆପଡା ବୋଡେନ ପୋଲିସ ଗିରଫ କରିଛି । ଗିରଫ ଶିକ୍ଷକମାନେ ହେଲେ ବୋଡେନ କରଙ୍ଗାମାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ପ୍ରସନ୍ନ କୁମାର ପତି, ଇନଭିଜିଲେଟର ଶିକ୍ଷକ ବିଘ୍ନରାଜ ସୁପକାର, ମକୁନ୍ଦ ଶବରା ।

ସେହିପରି ଲିଟିସର୍ଗି ଗୋପିନାଥ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ସୁଶୀଳ କୁମାର ଯୋଶୀ ଓ ଅର୍ଜୁନଜୟ ପଣ୍ଡା । ତାଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ନୂଆପଡା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି ୫ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା । ଗତକାଲି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ନୂଆପଡା, ଜୟପୁର, ଢେଙ୍କାନାଳ ଓ କନ୍ଧମାଳରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ।