ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ: ମେଲୋଡି ମଝିରେ ଜୋତା ଫିଙ୍ଗିଲେ ମହିଳା

264

କନକ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ । ମେଲୋଡିରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ମହିଳା । ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିବା ଏକ ଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ରାନୀଙ୍କ ନାଚକୁ ଜଣେ ମହିଳା ବିରୋଧ କରିଥିଲେ । ଆଉ ରାନୀଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ । ଫଳରେ ଯାତ୍ରା କିଛି ସମୟ ପାଇଁ ବନ୍ଦ ହୋଇଥିଲା । ଚପଲ ଫୋପାଡ଼ିଥିବା ମହିଳା ଜଣକ ମନ୍ଦାକିନୀ ପଣ୍ଡା ବୋଲି ଜଣାପଡ଼ିଛି । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେ ଯାହା କରିଛନ୍ତି ଠିକ୍ କରିଛନ୍ତି । ଏହା ନାଚ ନୁହେଁ, ଅଙ୍ଗ ପ୍ରଦର୍ଶନ ଥିଲା ବୋଲି କହିଛନ୍ତି ମନ୍ଦାକିନୀ । ସେପଟେ ସୀମା ଭିତରେ ରହି ନାଚିଥିବା କହିଛନ୍ତି ରାନୀ ପ୍ରିୟଦର୍ଶିନୀ ।