ଯାହାକୁ ରଖିବେ ଅନନ୍ତ ! ଟଏଲେଟରୁ ବାହାରିଲା ନବଜାତ ଶିଶୁକନ୍ୟା,ପୋଲିସ୍ କଲା ଉଦ୍ଧାର ।

47

ଶିଶୁ ହେଉଛନ୍ତି ଭଗବାନଙ୍କ ପ୍ରତୀକ । କିନ୍ତୁ ସେହି ଶିଶୁ ଯେତେବେଳେ ଅଲୋଡା ହୋଇଯାଏ ତା’ଠାରୁ ଅଧିକ ଦୁଃଖଦ କଥା କିଛି ହୋଇନପାରେ । କିନ୍ତୁ କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଚାଇନାର ବେଜିଂ ସହରରେ । ଏଠାରେ ଏକ ଟୟଲେଟ୍ ପାଇପରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିିଛି ସ୍ଥାନୀୟ ପୁଲିସ୍ । ଶିଶୁଟିର ସଂପୂର୍ଣ୍ଣ ଶରୀର ଟୟଲେଟର ପାଇପ୍ ଭିତରେ ଥିବା ବେଳେ କେବଳ ତାର କୁନି ପାଦ ଦୁଇଟି ବାହାରକୁ ଦେଖାଯାଉଥିଲା । ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ ।

ଅତି ସାବଧାନତାର ସହ ପାଇପରୁ ବାହାର କରି ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ନିଜ ଜନ୍ମ କଲା ମା’ ଶିଶୁଟିକୁ ମରଣ ମୁହଁକୁ ଠେଲି ଦେଇଥିବାର ଅନୁମାନ କରାଯାଉଛି । ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଚାଇନାରେ ପ୍ରାୟ ୧୦,୦୦୦ ଶିଶୁଙ୍କୁ ଏପରି ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଉଛି । ଏହାର କାରଣ କୁମାରୀ ମାତୃତ୍ୱ ବା ଆଉ କିଛି ସେ ବିଷୟରେ ଜଣା ପଡିନାହିଁ ।