ଅଡୁଆରେ ଆଉ ଜଣେ ବଲିଉଡ ଷ୍ଟାର ! ବିନା ହେଲମେଟରେ ଗାଡି ଚଳାଇବା ପଡିଲା ମହଙ୍ଗା, ଚାଲାଣ କାଟିବା ସହ ତାଗିଦ କଲା ପୋଲିସ

45

ମୁମ୍ବାଇ ଟ୍ରାଫିକ ପୋଲିସ ଟାର୍ଗେଟରେ ବଲିଉଡ ଷ୍ଟାର । କିଛିଦିନ ପୂର୍ବେ ବଲିଉଡ ଅଭିନେତା ବରୁଣ ଧୱନ ରାସ୍ତା ମଝିରେ କାର ଭିତରୁ ମୁଣ୍ଡ ବାହାରକୁ ବାହାର କରି ଫ୍ୟାନ ମାନଙ୍କ ସହ ସେଲଫି ନେଇ ହରଡଘଣାରେ ପଡିଥିଲେ ।ଏପରିକି ଏଥିପାଇଁ ବରୁଣଙ୍କୁ ଟ୍ରାଫିକ ପୋଲିସ ନିୟମ ଭାଙ୍ଗିବା ସକାଶେ ଇ-ଚାଲାଣ ପଠାଇବା ସହ ତାଗିଦ ମଧ୍ୟ କରିଥିଲେ । ଏବେ ଆଉ ଜଣେ ବଲିଉଡ ଷ୍ଟାର କୁନାଲ ଖେମୁ ମଧ୍ୟ ମୁମ୍ବାଇ ଟ୍ରାଫିକ ପୋଲିସ ଜାଲରେ ପଡିଛନ୍ତି । ଟ୍ରାଫିକ ନିୟମ ଭାଙ୍ଗିଥିବାରୁ କୁନାଲଙ୍କ ନାମରେ ମଧ୍ୟ ଏକ ଚାଲାଣ ଜାରି କରିଛି ଟ୍ରାଫିକ ପୋଲିସ ।

କୁଣ୍ଣାଲ ଖେମୁ ମୁମ୍ବାଇ ରାଜରାସ୍ତାରେ ବାଇକ ଚଳାଉଥିଲେ ମଧ୍ୟ ହେଲମେଟ ପିନ୍ଧି ନଥିବାରୁ ତାଙ୍କ ନାଁରେ ଚାଲାଣ କାଟିଛି ପୋଲିସ । ଏହି ଖବର ଜାଣିବା ପରେ କୁନାଲ କ୍ଷମା ପ୍ରାର୍ଥନା କରିଛନ୍ତି । ଏପରିକି ଏହି ଘଟଣା ତାଙ୍କୁ ଲଜ୍ଜିତ କରିଛି । ତେଣୁ ଆଗାମୀ ଦିନରେ ଏଭଳି ଭୂଲ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି କୁର୍ଣ୍ଣାଲ । ଏହି ଘଟଣାରେ ମୁ୍ମ୍ବାଇ ପୋଲିସ କୁର୍ଣ୍ଣାଲଙ୍କ ବିନା ହେଲମେଟରେ ଗାଡି ଚଳାଉଥିବାର ଫଟୋ ଟ୍ୱିଟ୍ କରିବା ସହ ଲେଖିଥିଲେ, ଅପାଣଙ୍କୁ ବାଇକ ଚଳାଇବା ପସନ୍ଦ ଏକଥା ସତ , ଠିକ୍ ସେହିଭଳି ଆମେ ପ୍ରତି ନାଗରିକଙ୍କ ସୁରକ୍ଷାକୁ ପସନ୍ଦ କରୁ । ଆଶା କରୁଛୁ ଆଗକୁ ଯେପରି ଏମିତି ଘଟଣା ନ ହୁଏ । ଇ ଚାଲାଣ ଦିଆଯାଇଥିବା ଠିକଣାରେ ପଠାଇ ଦିଆଯାଇଛି ।