କାଶ୍ମୀରରେ ଅଭାବନୀୟ ଘଟଣା ! ଯବାନଙ୍କ ଜୀବନ ନେଲେ ପଥରଫିଙ୍ଗାଳୀ, ସହିଦଙ୍କ ମର ଶରୀରକୁ ଦେଖି ସ୍ତବ୍ଧ ହୋଇଗଲା ପରିବେଶ ।

70

କାଶ୍ମୀରରେ ଘଟିଛି ଏକ ଅଭାବନୀୟ ଘଟଣା । ପଥରଫିଙ୍ଗାଳୀଙ୍କ ପାଇଁ ଚାଲିଯାଇଛି ଜଣେ ଯବାନଙ୍କ ଜୀବନ । ତାରିଖ- ୨୫ ଅକ୍ଟୋବର । ଅନନ୍ତନାଗ ବୋର୍ଡର ଠାରେ ନିୟୋଜିତ ଥାଆନ୍ତି ଯବାନ ରାଜେନ୍ଦ୍ର ସିଂହ । ଅଚାନକ ପଥରଫିଙ୍ଗାଳୀମାନେ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଆଉ ଏହି ଘଟଣାରେ ସହିଦ ହୋଇଯାଇଥିଲେ ଯବାନ ରାଜେନ୍ଦ୍ର ସିଂହ । ଆଜି ତାଙ୍କ ମର ଶରୀର ତାଙ୍କ ଘରେ ପହଞ୍ଚିଛି । ଆଉ ସମଗ୍ର ପରିବେଶ ଶୋକାକୁଳ ହୋଇଉଠିଛି । ରାଜେନ୍ଦ୍ରଙ୍କୁ ସାରା ଦେଶ ମନେ ପକାଉଥିବାବେଳେ ଦେଶରୁ ଜଣେ କର୍ତ୍ତବ୍ୟନିଷ୍ଠ ଯବାନ ସହିଦ ହୋଇଯାଇଛନ୍ତି ।

ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି ଯେ, ଜଣେ ଯବାନ ଫଥରଫିଙ୍ଗାଳୀଙ୍କ ଆକ୍ରମଣର ଶିକାର ହୋଇ ସହିଦ ହୋଇଛନ୍ତି । ଯିଏକି ବୋର୍ଡର ଠାରେ ଏକ ନିର୍ମାଣଧୀନ ରାସ୍ତାର ସୁରକ୍ଷା ପାଇଁ ନିୟୋଜିତ ଥିଲେ । ଆଉ ଏତେ ସବୁ ଘଟଣା ପରେ ମଧ୍ୟ ଲୋକମାନଙ୍କ କହିବା କଥା ପଥରଫିଙ୍ଗାଳୀଙ୍କ ଉପରେ ଆତଙ୍କବାଦୀ ମାନଙ୍କର ଓବରଗ୍ରାଉଣ୍ଡ ୱାର୍କର୍ସଙ୍କ ପରି କାର୍ଯ୍ୟାନୁଷ୍ଠାନ ନିଆନଯାଉ । ତେବେ ଏସବୁ ମଧ୍ୟରେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ବିପିନ ରାୱତ । କାଶ୍ମୀର ଭାରତର ଏକ ଅଭିନ୍ନ ଅଂଶ, ଆଉ ଏହା ପାକିସ୍ତାନ ବୁଝିନେବା ଉଚିତ ବୋଲି ସେନାମୁଖ୍ୟ କହିଛନ୍ତି ।