ଓଡିଶା ଛୁଇଁଲା ମୌସୁମୀ

13

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୌସୁମୀ ବର୍ଷାରେ ଭିଜିଲା ଓଡିଶା । ରାଜ୍ୟର ୭ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ଛୁଇଁଛି ମୌସୁମୀ । ମୟୂରଭଂଜ, ଭଦ୍ରକ, ଜଗତସିଂହପୁର, ପୁରୀ,  ବାଲେଶ୍ୱର, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଭାବରେ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ୭ ଟି ଜିଲ୍ଲା ନୟାଗଡ, ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା. ଗଂଜାମ ଓ ଗଜପତିକୁ ଆଂଶିକ ଭାବରେ ଛୁଇଁଛି ମୌସିମୀ । ଏହାସହ ଆଗାମୀ ୨ରୁ ୩ ଦିନ ଭିତରେ ଦକ୍ଷିଣ-ପଶ୍ଟିମ ଜିଲ୍ଲାଗୁଡିକୁ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।