ବିରୋଧୀଙ୍କୁ ତାତ୍ସଲ୍ୟ କଲେ ମୋଦି ! ପାକିସ୍ତାନ ସହ କଲେ ତୁଳନା

35

କନକ ବ୍ୟୁରୋ : ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତାତ୍ସଲ୍ୟ । ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେବା ଭଳି କଳାଧନ ଜମାକାରୀଙ୍କୁ ବିରୋଧୀ ସହାୟତା ଦେଉଛନ୍ତି ବୋଲି ମୋଦି କହିଛନ୍ତି । ବିମୁଦ୍ରାକରଣକୁ ବିରୋଧୀ ପ୍ରତିବାଦ କରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବାରାଣସୀର ଏକ ସଭାରେ ଜନସାଧାରଣକୁ ସମ୍ବୋଧନ କଲାବେଳେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ରାହୁଲଙ୍କ ମନ୍ତବ୍ୟର ମଧ୍ୟ କଡା ଜବାବ ଦେଇଛନ୍ତି । ଯୁବ ନେତା ରାହୁଲ କଥା କହିବା ଶିଖୁଛନ୍ତି,ଏବଂ ଏଥିରେ ମୁଁ ଖୁସି ଅଛି ବୋଲି ତାତ୍ସଲ୍ୟ କରି ମୋଦି କହିଛନ୍ତି ।