ପ୍ରଧାନମନ୍ତ୍ରୀ ମୋଦୀ ଆଣିଲେ ଯାନବାହାନ ସ୍କ୍ରାପେଜ୍ ନୀତି । ଏଣିକି ରାସ୍ତାରେ ଗଡିବନି ପୁରୁଣା ଓ ପ୍ରଦୂଷଣକାରୀ ଗାଡି ।

516

କନକ ବ୍ୟୁରୋ: ଦେଶର ଯାନବାହନ ସ୍କ୍ରାପେଜ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଚଳନ କରିଛନ୍ତି । ଏହାଦ୍ୱାରା ଅଯୋଗ୍ୟ ହୋଇପଡ଼ିଥିବା ଏବଂ ପ୍ରଦୂଷଣକାରୀ ଯାନବାହନଗୁଡିକୁ ରାସ୍ତାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଇ ତାହାକୁ ପରିବେଶ ଉପଯୋଗୀ ପଦ୍ଧତିରେ ଭାଙ୍ଗି ଦିଆଯିବ । ଗୁଜରାଟରେ ଆୟୋଜିତ ନିବେଶକ ସମ୍ମିଳନୀକୁ ନୂଆଦିଲୀ୍ଲରୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଘୋଷଣା କରିଛନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି, ଭାରତର ବିକାଶ ଯାତ୍ରାରେ ଏହି ନୀତି ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଣ୍ଟ ହେବ । ଯୁବଗୋଷ୍ଠୀ ଏବଂ ଷ୍ଟାର୍ଟଅପ ଗୁଡିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସୂଚନାଯୋଗ୍ୟ ଯେ ପୁରୁଣା ଯାନବାହନଗୁଡ଼ିକୁ ଭାଙ୍ଗିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ପୁଞ୍ଜିନିବେଶ ଆହ୍ୱାନ କରିବା ଉଦ୍ଦେଶ୍ୟରେ ଗୁଜରାଟରେ  ଏହି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏକ ସମର୍ଥ ଓ ଆବର୍ତ୍ତି ଅର୍ଥନୀତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ।