ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପେକ୍ଷା କରିଛନ୍ତି ୨ଲକ୍ଷ ୨୧ହଜାର ଛାତ୍ରଛାତ୍ରୀ

ଆଜି +୨ କଳା ପରୀକ୍ଷା ଫଳ

1,307

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ । ୨ଲକ୍ଷ ୨୧ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଏହାସହ ଧନ୍ଦାମୂଳକରେ ୬ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ଦଶମ ଶ୍ରେଣୀର ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଯୁକ୍ତ ଦୁଇରେ ଥିବା ବିଷୟ ସହିତ ମ୍ୟାପିଂ କରାଯାଇଥିଲା । ଏବଂ ଏହାକୁ ଭିତି କରି ଯୁକ୍ତ ଦୁଇରେ ମାର୍କ ଦିଆଯାଇଛି ।
ସୁପ୍ରିମକୋର୍ଟ ଜୁଲାଇ ୩୧ସୁଦ୍ଧା ଯୁକ୍ତ ଦୁଇର ଫଳାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ କେବଳ ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରକାଶ ପାଇଥିଲା । ତେବେ କଳାର ଫଳାଫଳ ପ୍ରକାଶ କରିବା ପାଇଁ ଦୁଇ ସପ୍ତାହ ସମୟ ମାଗିଥିଲେ । ଏହି ଅନୁସାରେ ଆଜି ବଢିଥିବା ସମୟ ଅବଧିର ଶେଷ ତାରିଖ । ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ କହିଛି ଯେ ଆଜି କଳା ଓ ଧନ୍ଦା ଫଳ ପ୍ରକାଶ ପାଇବ । ତେବେ ରିଜଲ୍ଟ ପ୍ରକାଶ ପାଇବା ସମୟ ସ୍ପଷ୍ଟ ହୋଇନାହିଁ ।