ହିମାଚଳ ପ୍ରଦେଶ କିନ୍ନୌରରେ ଭୂସ୍ଖଳନ ଘଟଣା । ମୃତ୍ୟୁ ସଂଖ୍ୟା ୧୫ରେ ପହଁଚିଲା । ଏବେବି ୧୪ ଜଣ ନିଖୋଜ 

128

କନକ ବ୍ୟୁରୋ: ହିମାଚଳ ପ୍ରଦେଶ, କିନ୍ନୌର ଜିଲ୍ଲାରେ ବୁଧବାର ହୋଇଥିବା ଭୂସ୍ଖଳନରେ ଜାରି ରହିଛି ଉଦ୍ଧାର କାମ । । ବର୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ ଦେହ ମିଳିଛି । ଆହୁରି ୧୪ ଜଣଙ୍କ କୌଣସି ସନ୍ଧାନ ମିଳୁନି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି । ଭୂସ୍ଖଳନ ପାଇଁ ପାହାଡରୁ ମାଟି ଅତଡା ଏବଂ ବଡ ବଡ ପଥର ଖଣ୍ଡ ଖସି ଜାତୀୟ ରାଜପଥ ୫ ଦେଇ ଯାଉଥିବା ଏକ ଯାତ୍ରୀ ବାହି ବସ୍ ସମେତ ଅନେକ ଗାଡିକୁ ଦାବି ଦେଇଥିଲା । ଏଥିରେ ୫୦ରୁ ଅଧିକ ଲୋକ ମାଟି ତଳେ ଦବି ହୋଇଯାଇଥିବା ଜଣାପଡିଥିଲା । ଫଳରେ ପଥର ଏବଂ ମାଟି ଅତଡା ଖସାଇ ଲୋକଙ୍କୁ ଉଦ୍ଧାର କରିବାର ପ୍ରୟାସ ଜାରି ରହିଛି । ବଡ ବଡ ପଥର ଖଣ୍ଡକୁ ହଟାଇବା ପାଇଁ ପ୍ରୟାସ ଜାରି ରହିଛି । ପାହାଡି ଅଂଚଳ ହୋଇଥିବାରୁ ଅନେକ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି ।