କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ପୋଲିସ ମେଡାଲ ଘୋଷଣା, ଓଡିଶାରୁ ପାଇବେ ୨୯ ଜଣ, ଜାଣନ୍ତୁ ପୁରା ତାଲିକା

31

ଆସନ୍ତା କାଲି ସାରା ଦେଶ ପାଳିବ ୭୨ତମ ସ୍ୱାଧିନତା ଦିବସ । ଏହାର ଅବ୍ୟବହିତ ପୂର୍ବରୁ ପୋଲିସ ମେଡାଲ ଘୋଷଣା । ଦେଶର ମୋଟ ୬୭୫ ଜଣ ପୋଲିସ୍ କର୍ମଚାରୀଙ୍କୁ ମିଳିବ ପଦକ । ତେବେ ବିଭିନ୍ନ ବର୍ଗରେ ଓଡିଶାରୁ ୨୯ ଜଣ ପୋଲିସ ଅଧିକାରୀ ପାଇବେ ପଦକ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଘୋଷଣା କରାଯାଇଛି । ତେବେ ୧୧ଜଣ ପୋଲିସ୍ ଅଧିକାରୀଙ୍କୁ ମିଳିବ ପୋଲିସ୍ ସାହସିକତା ପଦକ । ୪ ପୋଲସ ଅଧିକାରୀଙ୍କୁ ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିବ ସେବା ପଦକ । ସେହିପରି ୧୪ ଜଣ ପୋଲିସ କର୍ମଚାରୀ ପାଇବେ ପ୍ରଶଂସନୀୟ ସେବା ପଦକ ।

କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ପୋଲିସ ମେଡାଲ ତାଲିକା ଅନୁସାରେ ବିଭନ୍ନ ବର୍ଗରେ ଦେଶର ୬୭୫ ଜଣ ପୋଲିସ୍ ଅଧିକାରୀଙ୍କୁ ଏହି ପଦକରେ ପୁରସ୍କୃତ କରାଯିବ । ସେହିପରି ଓଡିଶାରୁ ବିଭିନ୍ନ ବର୍ଗରେ ମନୋନିତ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି, ରାଧା ବିନୋଦ ପାଣିଗ୍ରାହୀ ( ଏଡିଜି ସିଆଇଡି) , ଟଙ୍କଧର ପ୍ରଧାନ ( ଏସଆଇଡବ୍ଲୁ ), ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଉଦୟ କୁମାର ରଥ, ସପ୍ତମ ବାଟାଲିୟନ କମାଣ୍ଡାଣ୍ଟ ଜବାହର ମୋହନ ପଟେଲ, ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଡିସିପି ଟ୍ରୋନିଂ ବିଜୟ କୁମାର ସାହୁ, ଡିଏସପି ଉଦୟଭାନୁ ମିଶ୍ରଙ୍କ ଭଳି ୨୯ ଜଣ ଓଡିଶା ପୋଲିସ୍ ଅଧିକାରୀଙ୍କୁ ବିଭିନ୍ନ ସେବା ବର୍ଗରେ ପଦକ ପ୍ରଦାନ କରାଯିବ ।