ଦମ ଦେଖାଇଲା ଭାରତୀୟ ସେନା ! ମହାରାଷ୍ଟ୍ର ଅହମ୍ମଦନଗରରେ ଅର୍ଜୁନ ଟ୍ୟାଙ୍କ ସହ ଯବାନା କଲେ ସମରାଭ୍ୟାସ

112

କନକ ବ୍ୟୁରୋ : ଦମ୍ ଦେଖାଇଲା ଭାରତୀୟ ସେନା । ମହାରାଷ୍ଟ୍ର ଅହମଦନଗରରେ ସେନା ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ସହ ବିଶାଳ ପ୍ରଦର୍ଶନ କରିଛି । ଏଥିରେ ବିଭିନ୍ନ ବର୍ଗର ମିସାଇଲ୍, ଅତ୍ୟାଧୁନିକ ଯୁଦ୍ଧ ଉପକରଣ ସାମିଲ୍ କରାଯାଇଥିଲା । ତେବେ ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିଥିଲା ଭାରତର ଶକ୍ତି କୁହାଯାଉଥିବା ଅର୍ଜୁନ୍, ଟି-୯୦ ଓ ଟି-୭୨ ଟ୍ୟାଙ୍କ୍ ଗୁଡ଼ିକର ପ୍ରଦର୍ଶନ ।

ଏହି ଯୁଦ୍ଧାଭ୍ୟାସ ସହ ଭାରତ ଶତ୍ରୁ ଦେଶଗୁଡ଼ିକୁ ପରୋକ୍ଷରେ ଚେତାବନୀ ଦେଇଛି । ମକ୍ ଡ୍ରିଲରେ ସେନାର ଯବାନ ଉନ୍ନତ ରଣକୌଶଳ ପ୍ରଦର୍ଶନ କରିଥିଲେ । ପୂର୍ବରୁ ଯୁଦ୍ଧାଭ୍ୟାସ ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଟ୍ୟାଙ୍କ୍ ଜରିଆରେ ଲକ୍ଷ୍ୟଭେଦ କରା ଯାଇଥିଲା । ଏହାବ୍ୟତୀତ ସମୂହ ଯୁଦ୍ଧାଭ୍ୟାସ, ସୈନିକ ସମନ୍ୱୟ ବୃଦ୍ଧି, ଆତଙ୍କବାଦ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦିଗରେ ଅଭ୍ୟାସ କରାଯାଇଛି । ଏହି ଯୁଦ୍ଧାଭ୍ୟାସ ଯବାନଙ୍କ ମନୋବଳ ବୃଦ୍ଧି କରିବା ସହ ଶତ୍ରୁ ପାଇଁ କଡ଼ା ଚେତାବନୀ କୁହାଯାଇଛି ।