କାଳିଆ ଓ ପିଏମ କିଷାନ ଟଙ୍କାକୁ ନେଇ ବଢିଲା କଳି : ଚାଷୀଙ୍କ ପାଇଁ କାହାର ଦରଦ କେତେ, ରାଜ୍ୟ କୃଷି ବିଭାଗ ଉପଦେଷ୍ଟା କହିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରୁ କେନ୍ଦ୍ର

ବିଜେପି ନେତାଙ୍କ ଅଭିଯୋଗ ତାଲିକା ଦେଉନାହାନ୍ତି, ରାଜ୍ୟ ସରକାର

546

କନକ ବ୍ୟୁରୋ : ଚାଷୀଙ୍କ ଖାତାକୁ ଟଙ୍କା ଯିବା ପରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ । କୃଷି ବିଭାଗର ଉପଦେଷ୍ଟା କୃତିବାସ ପାତ୍ର କହିଛନ୍ତି ଗତକାଲି ରାଜ୍ୟର ୯୨୦ କୋଟି ଟଙ୍କା ରାଜ୍ୟର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ମିଳିଲା । ଏହି ଟଙ୍କା ଚାଷୀ ମାନଙ୍କ ପାଇଁ ଏକ ବରଦାନ ସଦୃଶ । ତେବେ ଆଜି ଭଳି ଦିନରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପାଖରେ ଦାବି କରୁଛି କି, ପିଏମ କିଷାନ ଯୋଜନାରେ ଖୁଦ୍ର, ନାମମାତ୍ର ଚାଷୀ ଓ ଭୂମୀହିନ ଚାଷୀଙ୍କୁ ସାମିଲ କରନ୍ତୁ ।

ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଚାଷୀଙ୍କୁ ୬ହଜାର ଟଙ୍କା ଲେଖାଏଁ ଦେବାକୁ ନିସ୍ପତି ନେଇସାରିଛନ୍ତି । ସେହି କ୍ରମରେ ଗତକାଲି ଅଷ୍ଟମ କିସ୍ତିରେ ଦେଶର ୯କୋଟି ପଚାଶ ଲକ୍ଷ ଚାଷୀଙ୍କୁ ୧୯ହଜାର କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ତାଲିକା ଦେଲେ କେନ୍ଦ୍ର ଫାଇଦା ଦେବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜୁ ଜନତା ଦଳ ବାରମ୍ବାର ଅଭିଯୋଗ କରୁଛି କି ଭୂମିହିନ ଓ ଭାଗଚାଷୀଙ୍କୁ ଏଥିରେ ସାମିଲ କରାଯାଉ । ଓଡ଼ିଶାରେ କେତେ ଭାଗଚାଷୀ ଓ ଭୂମିହୀନ ଚାଷୀ ଅଛନ୍ତି ରାଜ୍ୟସରକାର ଏଯାବତ ହିସାବ କରିନାହାନ୍ତି ।

ସେପଟେ ବିଜେପି କୃଷକ ମୋର୍ଚ୍ଚାଙ୍କୁ ଅଭିଯୋଗ ପରେ ଜବାବ ରଖିଛି ବିଜେଡ଼ି । ବିଜେଡ଼ି ବିଧାୟକ ଅମର ଶତପଥୀ କହିଛନ୍ତି ଏତେ ସଂଖ୍ୟକ ଲୋକଙ୍କ ତାଲିକା କରିବା ବେଳେ ତ୍ରୁଟି ବିଚ୍ୟୁତି ହୁଏ । ଯାହା କରାଯାଉଛି ତଥ୍ୟ ଅଧାରରେ କରାଯାଉଛି । ସର୍ଭେ ଆଧାରରେ ଯାହା ହେବ କରାଯିବ । ଭୂମିହୀନ ଓ ପ୍ରକୃତ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା କରୁଛନ୍ତି ବୋଲି କହିଛନ୍ତି ଅମର ଶତପଥୀ ।