ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ ପଜିଟିଭ୍ ଚିହ୍ନଟ : ଆକ୍ରାନ୍ତଙ୍କୁ ଜେଲ୍ ଭିତରେ ସଂଗରୋଧରେ ରଖାଯାଇଛି

92

କନକ ବ୍ୟୁରୋ : ଝାରସୁଗୁଡାରେ ଦିନକୁ ଦି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଝାରସୁଗୁଡା ଉପକାରାଗାରରେ ୬୮ ଜଣ ଅନ୍ତେବାସୀଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଉପକାରାଗାରରେ ୨୮୦ ଜଣ ଅନ୍ତେବାସୀ ଅଛନ୍ତି  । ସେମାନଙ୍କ ମଧ୍ୟରୁ ୬୮ ଜଣ ସଂକ୍ରମିତ ହୋଇଥିବା କହିଛନ୍ତି ଝାରସୁଗୁଡା ଉପକାରଗାର ଅଧିକ୍ଷକ ଦେବେନ୍ଦ୍ର ଥାଟି । ତେବେ କରୋନା ଆକ୍ରାନ୍ତ ହୋଇଥିବା କଏଦୀଙ୍କ ପାଇଁ ଜେଲ ଭିତରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ଦୁଇଟି ସେଲରେ ୫୦ ଜଣ ଲେଖାଏଁ ଆଇସୋଲେସନ ବ୍ୟବସ୍ଥାରେ ରହିଛନ୍ତି । ତେବେ ଜଣଙ୍କ ଶରୀର ଅତ୍ୟନ୍ତ ଖରାପ ଥିବା ବେଳେ ତାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି ।