ସୁନାପୁଅ ଦେବେନ୍ଦ୍ର : ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସହ କଲେ ବିଶ୍ୱ ରେକର୍ଡ

48

କନକ ବ୍ୟୁରୋ : ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଜାଭେଲିନ୍ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ଏହା ସହ ପ୍ରଥମ ଭାରତୀୟ ଭାବେ ପାରା ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ମଧ୍ୟ ଲାଭ କରିଛନ୍ତି । ସେହିଭଳି ପାରା ଅଲିମ୍ପିକ୍ସରେ ନିଜ ୱାଲ୍ଡ ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି ଦେବେନ୍ଦ୍ର ।

ପୂର୍ବରୁ ୨୦୦୪ ଏଥେନ୍ସ ପାରା ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦେବେନ୍ଦ୍ରଙ୍କ ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରିଓ ପାରା ଅଲିମ୍ପିକ୍ସରେ ବର୍ତମାନ ସୁଦ୍ଧା ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ୪ଟି ପଦକ ମିଳିଛି ।